୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ପୁରୁଣା ବଜାର ପୋଲିସ ଆଜି ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗର୍‌ ଜବତ କରିଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାନ୍ଦିଆ ଅଂଚଳର ଅଜୟ କୁମାର ପଢିଆରୀ ଓ ବରପଦା ବାସିନ୍ଦା କାଳନ୍ଦୀ ବେହେରା।

ଖବର ଅନୁଯାୟୀ ଶୁକ୍ରବାର ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଗାଡି ତନଖି ଚାଲିଥିଲା। ସେହି ସମୟରେ ଦୁଇଜଣ ବ୍ୟକ୍ତିଙ୍କ ବାଇକ୍‌ ଯାଂଚ ସମୟରେ ୧ ଗ୍ରାମ ବ୍ରାଉନ୍‌ ସୁଗର ବାହାରିଥିଲା। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବ୍ରାଉନ୍‌ ସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ସାର୍ଥକ ରାୟ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button