ରୁଦ୍ରପ୍ରୟାଗରେ ଭାସିଗଲେ ୧୯ ଯାତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତି ତାଣ୍ଡବ ରଚିଚି। ବାଦଲଫଟା ବର୍ଷାରେ ୧୯ଜଣ ଯାତ୍ରୀ ଭାସି ଯାଇଛନ୍ତି।

ଖବର ଅନୁଯାୟୀ ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ନିକଟରେ ଥିବା ୩ଟି ଢାବାରେ ପ୍ରାୟ ୫୦ରୁ ଅଧିକ ବସି ଖାଉଥିଲେ। ଏହି ସମୟରେ ବାଦଲଫଟା ବର୍ଷା ହେବାରୁ ହଠାତ ଭୁସ୍ଖଳନ ହୋଇଥିଲା। ବନ୍ୟା ପାଣି ମିଶା ପଥରଖଣ୍ଡ ଢାବା ଉପରେ ଖସି ପଡିବାରୁ ସେଠାରେ ଥିବା ୧୯ରୁ ଅଧିକ ଯାତ୍ରୀ ଭାସିଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button