ନୂଆଁଖାଇ : ୨୦ରେ ମା’ଙ୍କ ନିକଟରେ ନବାନ୍ନଲାଗି

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାର ନିର୍ଦ୍ଧାରିତ ସମୟ ଅନୁଯାୟୀ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ଶୁଭ ଲଗ୍ନ। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।