ଗୁଜରାଟ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ : ବାଚସ୍ପତି ବଦଳିଲେ
ନୂଆଦିଲ୍ଲୀ : ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ପୂରା ମନ୍ତ୍ରିମଣ୍ଡଳ ବଦଳିଯାଇଛି। ପୂର୍ବରୁ ଥିବା ସମସ୍ତ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ନେତାଙ୍କୁ ସାମିଲ କରାଯାଇଛି। ଏପରିକି ବିଧାନସଭାର ବାଚସ୍ପତି ମଧ୍ୟ ବଦଳିଛନ୍ତି। ନିମାବେନ ଆଚାର୍ଯ୍ୟ ହୋଇଛନ୍ତି ଗୁଜୁରାଟ ବିଧାନସଭାର ବାଚସ୍ପତି।
ଗୁଜରାଟରେ ଭୂପେନ୍ଦ୍ର ପଟେଲ ସରକାରଙ୍କ କ୍ୟାବିନେଟରେ ମୋଟ ୨୪ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୧୦ କ୍ୟାବିନେଟ ଓ ୧୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତିି ରାଜେନ୍ଦ୍ର ତ୍ରିବେଦୀ, ଜିତୁ ବାଘାନି, ରାଘବ ପଟେଲ, ପୂର୍ଣ୍ଣେଶ ମୋଦୀ, ନରେଶ ଭାଇ ପଟେଲ, ପ୍ରଦୀପ ସିଂ ପରମାର, ଅର୍ଜୁନ ସିଂ ଚୌହାନ, ଋଷିକେଶ ପଟେଲ, କାନୁଭାଇ ଦେଶାଇ ଓ କିରିତ ସିଂ ରାଣା।
ସେହିପରି ହର୍ଷ ସାଙ୍ଗବି, ବ୍ରିଜେଶ ମର୍ଜା, ମନୀଷା ବକିଲ, ଜଗଦୀଶ ପଞ୍ଚାଲ, ଜିତୁ ଭୋ ଚୌଧରୀ, ନିମିଶାବେନ ସୂତାର, ମୁକେଶ ପଟେଲ, ଅରବିନ୍ଦ ରୈୟାନୀ, କୁବେରଭାଇ ଡିନ୍ଦୋର, କୀର୍ତ୍ତି ସିଂ ବାଘେଲା, ଗଜେନ୍ଦ୍ର ସିଂ ପରମାର, ଦେବା ମଲାମ, ଆରସି ମକୱାନା ଓ ବିନୋଦ ମୋରାଡିଆ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ମନ୍ତ୍ରିମଣ୍ଡଳରେ ନୂଆ ଚେହେରାକୁ ସାମିଲ କରାଯାଇଥିବା କୁହାଯାଇଛି।