ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ଭାରତର ପଞ୍ଚମ ଶ୍ରେଷ୍ଠ ୟୁନିଭର୍ସିଟି

ଦିଲ୍ଲୀ : ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ (ଅମ୍ରିତା ୟୁନିଭର୍ସିଟି)କୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ୍‌) ଦ୍ୱାରା ୨୦୨୧ରେ ଭାରତର ଏକ ଅଗ୍ରଣୀ ମଲ୍ଟି କ୍ୟାମ୍ପସ, ମଲ୍ଟି ଡିସିପ୍ଲିନାରି ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ଚୟନ କରାଯାଇଛି।

ଉଚ୍ଚ ଶିକ୍ଷା ଅନୁ୍‌ଷ୍ଠାନର ଜାତୀୟ ସ୍ତରୀୟ ବାର୍ଷିକ ରାଙ୍କିଂ ଚୟନ ପ୍ରଣାଳୀକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଗତ ସପ୍ତାହରେ ପ୍ରକାଶିତ ବାର୍ଷିକ ରାଙ୍କିଂର ସଦ୍ୟତମ ଓ ଷଷ୍ଠ ସଂସ୍କରଣରେ ଅମ୍ରିତା ଦେଶର ଟପ୍ ୧୦ ୟୁନିଭର୍ସିଟି ମଧ୍ୟରେ ସ୍ଥାନ ପାଇଛି ଏବଂ ୨୦୧୭ ଠାରୁ କ୍ରମାଗତ ଭାବରେ ଏହା ପାଂଚ ଥର ଏହି ବର୍ଗରେ ରହିଆସିଛି। ୨୦୦୩ ରେ ପ୍ରତିଷ୍ଠିତ ତାଲିକାରେ ରହିଥିବା ନୂତନ ଅନୁଷ୍ଠାନ। ଅମ୍ରିତା (ରାଙ୍କ ୧୨) ଓ ମାତ୍ର ଦୁଇଟି ପ୍ରାଇଭେଟ୍ ୟୁନିଭର୍ସିଟି “ଓଭରଅଲ୍‌” ବର୍ଗରେ ଦେଶର ଟପ୍ ୨୦ ୟୁନିଭର୍ସିଟି ମଧ୍ୟରେ ସ୍ଥାନ ହାସଲ କରିପାରିଛି। ଇଞ୍ଜିନିୟରିଂ ଶିକ୍ଷା ବର୍ଗରେ ଅମ୍ରିତା ୧୬ତମ ସ୍ଥାନ ହାସଲ କରିଛି। ଏହି ଟପ୍ ୨୦ ତାଲିକାରେ ମାତ୍ର ଦୁଇଟି ଘରୋଇ ଇଞ୍ଜିନିୟରିଂ ଅନୁଷ୍ଠାନ ସ୍ଥାନ ହାସଲ କରିଛନ୍ତି। ଏନଆଇଆରଏଫ୍ ୨୦୨୧ ଅନୁସାରେ ଅମ୍ରିତା ସ୍କୁଲ୍ ଅଫ୍ ମେଡିସିନ୍ ଦେଶର ଟପ୍ ୧୦ ମେଡିକାଲ୍ କଲେଜ୍ ମଧ୍ୟରେ ୬ଷ୍ଠ ସ୍ଥାନ ହାସଲ କରିଛି। ଏଥିସହ ଅମ୍ରିତା ସ୍କୁଲ୍ ଅଫ୍ ଫାର୍ମାସି ପ୍ରାଥମିକ ଶିକ୍ଷା ବର୍ଗରେ ୧୨ଶ ସ୍ଥାନ ହାସଲ କରିଛି ଓ ଡେଂଟାଲ୍ ଶିକ୍ଷା ବର୍ଗରେ ଅମ୍ରିତା ସ୍କୁଲ୍ ଅଫ୍ ଡେଂଟିଷ୍ଟ୍ରି ୧୩ତମ ସ୍ଥାନ ହାସଲ କରିଛି।

ଏନଆଇଆରଏଫ୍ ଅନୁଷ୍ଠାନ ଗୁଡ଼ିକୁ ପାଂଚଟି ପ୍ରମୁକ ଜେନେରିକ୍ ଗ୍ରୁପରେ ବିଭକ୍ତ କରାଯାଇଛି : ଶିକ୍ଷା, ପଠନ ଓ ସମ୍ବଳ, ଗବେଷଣା ଓ ପେଶାଦର ଅଭ୍ୟାସ, ଗ୍ରାଜୁଏସନ୍ ଫଳାଫଳ, ଆଉଟରିଚ୍ ଓ ସମନ୍ୱିତ କାର୍ଯ୍ୟ ଓ ଧାରଣା । ସମୁଦାୟ ଭାବରେ, ୪୦୩୦ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଏନଆଇଆରଏଫ୍ ୨୦୨୧ ରେ ଅଂଶଗ୍ରହଣ କରିଥିଲେ ଯାହାକୁ ଏଗାରଟି ବର୍ଗରେ ର‌୍ୟାଙ୍କ ପ୍ରଦାନ କରାଯାଇଛି : ଓଭରଅଲ୍‌, ୟୁନିଭର୍ସିଟି, ଇଞ୍ଜିନିୟରିଂ, ମ୍ୟାନେଜମେଂଟ, ଫାର୍ମାସି, କଲେଜ୍‌, ମେଡିକାଲ, ଲ, ଆର୍କିଟେକ୍‌ଚର, ଡେଂଟାଲ୍ ଓ ରିସର୍ଚ୍ଚ।

ଏନଆଇଆରଏଫ୍ ରାଙ୍କିଂର ସ୍ଥିର ଫଳାଫଳ ଉପରେ ସୂଚନା ପ୍ରଦାନ କରି ଡ. ପି. ଭେଙ୍କଟ ରଙ୍ଗନ୍‌, ଭାଇସ୍ ଚାନ୍ସଲର କହିଛନ୍ତି ଯ, “ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ଓ ଏହାର ମେଡିକାଲ୍ କଲେଜ୍ ପୁଣିଥରେ ଏନଆଇଆରଏଫ୍ ରାଙ୍କିଂ ୨୦୨୧ ରେ ଟପ୍ ୧୦ ସ୍ଥାନରେ ରହିପାରିଛନ୍ତି ଯାହାକି ବିଶ୍ୱ-ପ୍ରସିଦ୍ଧ ମାନବବାଦୀ ନେତ୍ରୀ ଓ ଚାନ୍ସଲର, ଶ୍ରୀ ମାତା ଅମ୍ରିତାନନ୍ଦମୟୀଙ୍କର ଲକ୍ଷ୍ୟ ଓ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇପାରିଛି । ଅନୁଷ୍ଠାନର ଲକ୍ଷ୍ୟ ହେଉଛି ଜୀବନ ପାଇଁ ଶିକ୍ଷା ଓ ଦୟା ସହିତ ଗବେଷଣା। ଏହି ସ୍ୱୀକୃତି ଛାତ୍ର ଓ କର୍ମଚାରୀମାନଙ୍କର କଠିନ ପରିଶ୍ରମ ବିନା କଦାପି ସମ୍ଭବପର ହୋଇ ପରିନଥାନ୍ତି ଓ ମୁଁ ଭାରତ ସରକାରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ର ଶିକ୍ଷା କ୍ଷେତ୍ରରେ ଏହି କ୍ରମାଗତ ଉତ୍କର୍ଷତା, ଉଲ୍ଲେଖନୀୟ ଫାକଲ୍ଟି ଓ ବିଶ୍ୱ ଶ୍ରେଣୀୟ ଭିତିଭୂମି ପାଇଁ ମୁଁ ଅତ୍ୟନ୍ତ ଖୁସି ଓ ଗର୍ବିତ ।

ଏହା ଧ୍ୟାନ ରଖିବା ଉଚିତ୍ ଯେ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ନିକଟରେ ସର୍ବୋଚ୍ଚ ଏ++ ଗ୍ରେଡ୍ ନ୍ୟାସନାଲ୍ ଆସେସମେଂଟ ଆଣ୍ଡ ଆକ୍ରିଡେସନ କାଉନସିଲ୍ (ଏନଏଏସି) ପକ୍ଷରୁ ହାସଲ କରିଛି। ଏହା ଏକ ଅଟୋନୋମସ୍ ଅନୁଷ୍ଠାନ ଯାହାକି ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାନ୍ତି । ୟୁନିଭର୍ସିଟି ମଧ୍ୟ ୨୦୦୯ ଓ ୨୦୧୪ ରେ ପୂର୍ବ ନାକ୍ ପକ୍ଷରୁ ଗ୍ରେଡ୍ ଏ ରେଟିଂ ହାସଲ କରିଛି।

Leave a Reply

Your email address will not be published. Required fields are marked *

Back to top button