ସ୍ଵାମୀଙ୍କ ପାଇଁ ଛତା ଧରି ଚର୍ଚ୍ଚାରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଅକ୍ଷତା

ନୂଆଦିଲ୍ଲୀ : ସ୍ଵାମୀଙ୍କ ଛତା ଧରି ଏବେ ଚର୍ଚ୍ଚାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀ। ଆଜି ରଖି ପତ୍ନୀଙ୍କ ସହ ଋଷି ସୁନକ ଦିଲ୍ଲୀର ଅକ୍ଷରଧାମ ମନ୍ଦିରକୁ ଯାଇଥିବା ବେଳେ ପତ୍ନୀ ଅକ୍ଷତା ଛତା ଧରିଥିବା ଦେଖାଯାଇଥିଲା। ଯାହାର ଫଟୋ ଭାଇରାଲ ହେବା ପରେ ଲୋକେ ଏହି ଦମ୍ପତ୍ତିଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ଖବର ଅନୁଯାୟୀ ଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀର ବିଶ୍ଵର ୨୦ଟି ଶକ୍ତିଶାଳୀ ଦେଶର ନେତା ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ। ଯିଏ ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ସହ ଭାରତ ଆସିଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ପ୍ରଥମ ଭାରତ ଆସିଥିବାରୁ ନିଶ୍ଚୟ ମନ୍ଦିର ଯିବି ବୋଲି କହିଥିଲେ। ଆଜି ପତ୍ନୀଙ୍କ ସହ ତାଙ୍କୁ ଋଷି ଦିଲ୍ଲୀର ଅକ୍ଷରଧାମ ମନ୍ଦିରକୁ ଯାଇଥିବା ଦେଖାଯାଇଥିଲା। ଏହି ସମୟରେ ଅକ୍ଷତା ସ୍ଵାମୀ ଋଷି ସୁନକଙ୍କ ପାଇଁ ଏଭଳି କିଛି କରିଥିଲେ ସେଥିପାଇଁ ତାଙ୍କୁ ଭାରତରେ ପ୍ରଶଂସା କରୁଛନ୍ତି। ଅକ୍ଷରଧାମ ମନ୍ଦିର ପରିସରରେ ସ୍ଵାମୀ ଋଷି ସୁନକଙ୍କ ପାଇଁ ଅକ୍ଷତା ଛତା ଧରିଥିବାର ଫଟୋ ଭାଇରାଲ ହେବା ପରେ ଏହି ଦମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କେବଳ ସ୍ଵାମୀଙ୍କ ପାଇଁ ଛତା ଧରିବା ନୁହେଁ, ଏହା ପୂର୍ବରୁ ଅର୍ଥାତ ଶୁକ୍ରବାର ଭାରତରେ ପହଞ୍ଚିବା ପରେ ଅକ୍ଷିତା ନିଜ ଇନଷ୍ଟାରେ ସେୟାର କରିଥିବା ଏକ ଫଟୋରେ ସ୍ଵାମୀଙ୍କ ଟାଏ ଠିକ କରୁଥିବାର ନଜର ଆସିଥିଲା। ଫଟୋରେ ପାଲମ ବିମାନବନ୍ଦରରେ ଅକ୍ଷତା ମୂର୍ତ୍ତୀ ବିମାନରୁ ବାହାରିବା ପୂର୍ବରୁ ତାଙ୍କ ସ୍ୱାମୀ ସୁନକଙ୍କ ଟାଏ ଠିକ୍ କରିଥିବା ଦେଖାଯାଇଥିଲା। ଏହି ଫଟୋରେ ନଜର ଆସୁଥିବା ସରଳତା ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଜୀବନର ଝଲକ ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *

Back to top button