ବାଳକଙ୍କୁ ଯୌନ ନିର୍ଯାତନା : ମହିଳାଙ୍କୁ ୨୦ ବର୍ଷ କାରାଦଣ୍ଡ

ହାଇଦ୍ରାବାଦ : ଜଣେ ୯ ବର୍ଷର ଛାତ୍ରକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ଘଟଣା ଘଟିଥିଲା ୨୦୧୭ ନଭେମ୍ବର ମାସରେ। ପୁରୁଣା ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟାର ଏକ ସ୍କୁଲରେ ପଢ଼ୁଥିଲା ପୀଡ଼ିତ ଛାତ୍ର। ସେ ୱାଶରୁମ ଯାଇଥିବାବେଳେ ସ୍କୁଲର କେୟାର ଟେକର କେ. ଜ୍ୟୋତି ଓରଫ ମଞ୍ଜୁଳା ନାମ୍ନୀ ୨୭ ବର୍ଷ ବୟସ୍କା ମହିଳା ବାଳକକୁ ଯୌନ ନିର୍ଯାତନା ଦେବା ସହିତ ଜଳନ୍ତା ସିଗାରେଟରେ ଚେଙ୍କ ଦେଇଥିଲେ। ସିଗାରେଟ ଚେଙ୍କରେ ପିଲାଟିର ହାତରେ ନିଆଁଦାଗ ଲାଗିଯାଇଥିଲା। ମହିଳା ଜଣକ ତାକୁ ଯୌନ ଶୋଷଣ କରୁଥିବାବେଳେ ସେ ପ୍ରତିବାଦ କରିବାରୁ ଏପରି କରିଥିଲେ। ଏ ସଂପର୍କରେ କାହାକୁ କିଛି ନକହିବାକୁ ସେ ପିଲାଟିକୁ ଧମକ ଦେଇଥିଲେ।

ପିଲାଟି ଘରକୁ ଫେରି ଘଟଣା ବିଷୟରେ ବାପାମା’ଙ୍କୁ ଅବଗତ କରିବାରୁ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ତଦନ୍ତରୁ ସତ ଜଣାପଡ଼ିବା ପରେ ମହିଳାଙ୍କ ବିରୋଧରେ ପୋକ୍ସୋ ଆଇନର ଦଫା ଲାଗିଥିଲା। ହାଇଦ୍ରାବାଦର ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଏହି ମାମଲାର ବିଚାର ଚାଲିଥିଲା। ଅଦାଲତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button