ରାୟଗଡ଼ାରେ କଲେଜ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା

ରାୟଗଡ଼ା : ରାୟଗଡ଼ା ସହରରେ ହତ୍ୟାକାଣ୍ଡ। ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରମୋଦ କଲକାଙ୍କୁ ୩ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ଶୁକ୍ରବାର ପ୍ରମୋଦ ମାମୁଁଙ୍କ ଝିଅକୁ ସ୍ଥାନୀୟ ଗୌତମ ନଗରସ୍ଥିତ ମହିଳା ମହାବିଦ୍ୟାଳୟରେ ଛାଡ଼ିବାକୁ ଯାଇଥିଲେ। ସେଠାରୁ ଫରିବା ବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅତିରିକ୍ତ ଏଡିପି ବିଷ୍ଣୁ ପ୍ରସାଦ ପାତ୍ର, ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ରାୟଗଡା ଥାନା ଅଧିକାରୀ କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button