୨୦୨୨ରେ ୨୭ ଦିନ ସରକାରୀ ଛୁଟି

ଭୁବନେଶ୍ୱର : ୨୦୨୨ ମସିହାରେ ସରକାରୀ ଛୁଟି ତାଲିକା ପ୍ରସ୍ତୁତ ହୋଇଛି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ସରକାରୀ କର୍ମଚାରୀମାନେ ଏ ବର୍ଷ ଆଉ ୨୭ଟି ଛୁଟି ପାଇବେ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଏହି ଛୁଟି ନିର୍ଦ୍ଦେଶନାମା ଲାଗୁ ହେବ। ସେହିପରି ୨୦୨୨ରେ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ୧୮ ଦିନ ବନ୍ଦ ରହିବ।

ଆସନ୍ତାବର୍ଷ ଜାନୁଆରିରେ ୧୪ ଓ ୨୬ ତାରିଖରେ ମକର ସଂକ୍ରାନ୍ତି ଓ ସାଧାରଣତନ୍ତ୍ର ଦିବସ ପାଇଁ ଛୁଟି। ଫେବ୍ରୁଆରି ୫ ତାରିଖରେ ବସନ୍ତ ପଞ୍ଚମୀ। ମାର୍ଚ୍ଚରେ ୪ଟି ଛୁଟି ରହିଛି। ୧ ତାରିଖରେ ମହାଶିବରାତ୍ରୀ, ୫ରେ ପଞ୍ଚାୟତିରାଜ ଦିବସ, ୧୮ରେ ଦୋଳ ପୂର୍ଣ୍ଣିମା ଓ ୧୯ରେ ହୋଲି। ଏପ୍ରିଲ୍ ମାସରେ ୩ଟି ଛୁଟି। ୧ ତାରିଖ ଉତ୍କଳ ଦିବସ, ୧୪ରେ ମହାବିଷୁବ ସଂକ୍ରାନ୍ତି/ ଆମ୍ବେଦକର ଜୟନ୍ତୀ ଓ ୧୫ରେ ଗୁଡ୍ ଫ୍ରାଇଡେ। ମେ’ ମାସରେ ୩, ୧୬ ଓ ୩୦ ତାରିଖରେ ଯଥାକ୍ରମେ ଇଦୁଲ୍ ଫିତର୍, ବୁଦ୍ଧ ପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ ଓ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି। ଜୁନ୍ ୧୪ ଓ ୧୫ ତାରିଖରେ ପହିଲି ରଜ ଓ ରଜ ସଂକ୍ରାନ୍ତି ପାଇଁ ଦୁଇଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଜୁଲାଇ ୧ ତାରିଖରେ ରଥଯାତ୍ରା। ଅଗଷ୍ଟ ମାସରେ ସର୍ବାଧିକ ୫ଟି ଛୁଟି। ଅଗଷ୍ଟ ୯ରେ ମହରମ୍, ୧୧ରେ ଝୁଲଣ ପୂର୍ଣ୍ଣିମା, ୧୫ରେ ସ୍ୱାଧୀନତା ଦିବସ, ୧୮ରେ ଜନ୍ମାଷ୍ଟମୀ ଓ ୩୧ରେ ଗଣେଶ ପୂଜା। ସେପ୍ଟେମ୍ବର ୧ ତାରିଖରେ ନୂଆଖାଇ। ଅକ୍ଟୋବରରେ ୪ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ୩ ତାରିଖରେ ମହାଷ୍ଟମୀ, ୪ରେ ମହାନବମୀ, ୫ରେ ବିଜୟାଦଶମୀ ଓ ୨୪ରେ କାଳୀପୂଜା/ଦୀପାବଳି। ନଭେମ୍ବର ମାସ ୮ ତାରିଖରେ ରାହାସ ପୂର୍ଣ୍ଣିମା।

ଡିସେମ୍ବର ଦ୍ୱିତୀୟ ଓ ଚତୁର୍ଥ ଶନିବାର, ରବିବାର ବ୍ୟତୀତ ଅଧିକ ସରକାରୀ ଛୁଟି ନାହିଁ। ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ଛୁଟି ଦିନରେ କିଛି ପର୍ବପର୍ବାଣୀ ପଡ଼ୁଥିବାରୁ ସେହିଦିନ ଗୁଡ଼ିକ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇନି। ଜାନୁଆରି ୨୩ରେ ସୁବାସ ବୋଷ ଜୟନ୍ତୀ, ଏପ୍ରିଲ ୧୦ରେ ରାମନବମୀ, ଜୁଲାଇ ୧୦ରେ ଇଦ୍‌-ଉଲ-ଜୁହା, ସେପ୍ଟେମ୍ବର ୨୫ରେ ମହାଳୟା, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୯ରେ ମହମ୍ମଦଙ୍କ ଜୟନ୍ତୀ, ଡିସେମ୍ବର ୨୫ରେ ବଡ଼ଦିନ ରବିବାର ପଡ଼ୁଥିବାରୁ ସ୍ୱତନ୍ତ୍ର ଭାବେ ଛୁଟିଦିନ ଘୋଷଣା ହୋଇନି। ତେବେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ୨୦୨୨ ମସିହାରେ ମୋଟ୍‌ ୧୦୪ ଦିନ ଛୁଟି ପାଇପାରିବେ। ଏହା ବାଦ୍ ଇଚ୍ଛାଧୀନ ଛୁଟି ଭାବେ ୫ଟି ଛୁଟିଦିନକୁ ଘୋଷଣା କରାଯାଇଛି। ସେଗୁଡ଼ିକ ‌ହେଲା ଜାନୁଆରି ୨୫ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୧୬ ଇଷ୍ଟର ଶନିବାର, ଏପ୍ରିଲ ୨୭ ସବ୍‌-ଇ-କ୍ୱାଦର, ନଭେମ୍ବର ୨ ଅଁଳା ନବମୀ ଓ ନଭେମ୍ବର ୧୧ ପ୍ରଥମାଷ୍ଟମୀ। ଏହି ୫ଟି ଛୁଟି ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଚୟନ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button