ରାଜ୍ୟ ସରକାରଙ୍କୁ ନେଇ ଲଜ୍ଜା ଲାଗୁଛି : ଅପରାଜିତା

ଭୁବନେଶ୍ଵର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି କରିଛନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ। ଆଜି ଟ୍ୱିଟକରି ସେ ଲେଖିଛନ୍ତି ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଥିବାରୁ ଆମ ରାଜ୍ୟ ସରକାରଙ୍କୁ ନେଇ ଲଜ୍ଜା ଲାଗୁଛି। କିଛି ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ। କିନ୍ତୁ ୨୦୨୪ ନିର୍ବାଚନ ପରେ ଏମିତି ଚାଲିବନି।

ଅପରାଜିତା ଏକ ଭିଡିଓ ସହିତ ବିଜେଡି ସାଂଗଠନିକ ସମ୍ପାଦକ ଓ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି। ଆଉ କହିଛନ୍ତି ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି। ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ। ଏସଏଚଜି ମାଷ୍ଟର ବୁକ କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏପରି ସ୍ଥିତିରେ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ଶପଥ ନେଉଛନ୍ତି।

ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଏସଏଚଜି ମାଧ୍ୟମରେ ସମାଜରେ ଅବହେଳିତ ହୋଇ ରହିଥିବା ମାଆ ମାନଙ୍କର ଉଥାନ ହୋଇଛି। ସାମାଜିକ, ମାନସିକ, ଅର୍ଥନୈତିକ ସ୍ତରରେ ମହିଳାଙ୍କ ହୋଇଥିବା ବିକାଶକୁ ଅନ୍ୟମାନେ ସହି ପାରୁନାହାଁନ୍ତି।

Leave a Reply

Your email address will not be published. Required fields are marked *

Back to top button