ଆଗକୁ ବିଜେପିର ଦବ୍‌ଦବା ରହିବ

ପାଣାଜି : ଦେଶରେ ଦର ଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମୋଦି ସରକାର ଉପରେ ଲୋକଙ୍କ ଅସନ୍ତୋଷ ରହିଛି। ଏହାସତ୍ତ୍ୱେ ବିଜେପି ଲୋକଙ୍କ ପାଖରେ ସର୍ବାଧିକ ଅଗ୍ରାଧିକାର ପାଇବ। ଗୋଆରେ ଗସ୍ତ ସମୟରେ ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର।

ପ୍ରଶାନ୍ତ ପରୋକ୍ଷରେ କହିଛନ୍ତି କଂଗ୍ରେସଆଗକୁ ନ ବଢିବା ପଛର କାରଣ ରାହୁଲ ଗାନ୍ଧୀ। ରାହୁଲ ଭ୍ରାନ୍ତ ଧାରଣାରେ ରହିଥିବାରୁ ଦେଶରେ ଆଗାମୀ କିଛିଦିନ ଧରି ବିଜେପି ନେତୃତ୍ୱ ନେବ। ତେଣୁ ସେ ଓ ଟିଏମସି ସମସ୍ତ ରାଜନୀତିକ ଦଳଙ୍କୁ ଏକାଠି କରି ବିଜେପି ବିରୋଧରେ ମହାମେଣ୍ଟ କରିବେ ବୋଲି ଆଉ ଜଣାପଡୁନି।

ଆଗକୁ ଗୋଆରେ ବିଧାନସଭା ନିର୍ବାଚନ। ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଆଇ-ପିଏସି ଗୋଆରେ ଟିଏମସି କିଭଳି ଆଗକୁ ବଢିବ ତାହାର ସର୍ଭେ କରୁଛନ୍ତି। ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି ଏକଦା କଂଗ୍ରେସର ଏଭଳି ମଜବୁତ ସ୍ଥିତି ଥିଲା। ସ୍ୱାଧୀନତା ପରେ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ କ୍ଷମତାରେ ରହିଥିଲା। ଏବେ କିନ୍ତୁ ଦେଶରେ ବିଜେପି ପାଖରେ ୩୦ ପ୍ରତିଶତ ମୂଳ ଭୋଟ ରହିଛି। ଯଦିଓ ଲୋକମାନେ ବିଭିନ୍ୱ କାରଣରୁ ମୋଦି ସରକାର ଉପରେ ରାଗିଛନ୍ତି। ଏହାର ଅର୍ଥ ନୁହେଁ ଆଗାମୀ ଦିନରେ ବିଜେପି ମୂଳପୋଛ ହୋଇଯିବ। ହୁଏତ ମୋଦି କ୍ଷମତାରେ ରହିନପାରନ୍ତି କିନ୍ତୁ ବିଜେପିର ପତିଆରା ବର୍ତ୍ତମାନ ସ୍ଥିତିରେ କମିବ ନାହିଁ। ରାହୁଲ ଗାନ୍ଧୀ ଭାବୁଛନ୍ତି ମୋଦି ଗଲା ପରେ ବିଜେପି ଯିବ। ଏପରି ଭାବନା ଭ୍ରମ ବୋଲି ପ୍ରଶାନ୍ତ କହିଛନ୍ତି।

ସେ କହିଲେ ମୋଦିଙ୍କୁ ବୁଝିବାକୁ ହେଲେ ତାଙ୍କ ଶକ୍ତିକୁ ପରୀକ୍ଷା ନିରୀକ୍ଷା କରିବାକୁ ହେବ। ହେଲେ ରାହୁଲ କେବଳ ଅପେକ୍ଷା କରିଛନ୍ତି ମୋଦି କ୍ଷମତାରୁ ହଟିଲେ କଂଗ୍ରେସ କ୍ଷମତାକୁ ଆସିବ। କିନ୍ତୁ କେମିତି ମୋଦିଙ୍କୁ କ୍ଷମତାରୁ ହଟାଯିବ ସେ ବାବଦରେ ରାହୁଲ କେବେ ବୁଝୁ ନାହାନ୍ତି। ଅନ୍ୟପକ୍ଷରେ ଲୋକେ ମୋଦିଙ୍କ କ୍ଷମତାକୁ ତର୍ଜମା କରୁନାହାନ୍ତି। ଯାହାକି ମୋଦିଙ୍କ ଲୋକପ୍ରିୟତା ବଢିବା ପଛର କାରଣ ବୋଲି ସେ କହିଛନ୍ତି। ଦେଶରେ କଂଗ୍ରେସର ଏପରି ସ୍ଥିତି ଦୁଇ ତୃତୀୟାଂଶ ଭୋଟରଙ୍କ ପାଇଁ ହୋଇଛି। ଏହି ଭୋଟ ଗୁଡିକ କଂଗ୍ରେସକୁ ନଯାଇ ଅନ୍ୟାନ୍ୟ ଦଳକୁ ଯାଇ ଭାଗ ହୋଇ ହୋଇଯାଇଛି। ଯାହାକି କଂଗ୍ରେସର ପତ୍ତନ ହେବାର କାରଣ। ୬୫ ପ୍ରତିଶତ ଭୋଟ୍ ବ୍ୟାଙ୍କ ଖଣ୍ଡବିଖଣ୍ଡିତ ହେବା ପରେ କଂଗ୍ରେସ ଗୋଟିଏ ବଡ ସମର୍ଥନ ହରାଇଛି।

Leave a Reply

Your email address will not be published.

Back to top button