ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ : ମହାପ୍ରଭୁ ଶ୍ରୀଜଗନାଥଙ୍କ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)କୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଦେଇଛି।

ଖବର ଅନୁଯାୟୀ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଏଏସଆଇ ପୂର୍ବରୁ ଅନୁମତି ମାଗିଥିଲା। ତେଣୁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି। ଏବେ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଥିବାରୁ ଏବେ ଏଏସଆଇ କାମ ଠିକ ଭାବେ କରିପାରିବ ନାହିଁ। ସେଥିପାଇଁ ଲେଜର ସ୍କାନିଂ କେବେ ଆରମ୍ଭ ହେବ ସେ ସମ୍ପର୍କରେ ଏଏସଆଇକୁ ପରେ ଅବଗତ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button