୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କୁ ମିଳିବ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ନୂତନ ଭାବରେ ୫୦ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ କରାଯାଇଛି। ପଞ୍ଜୀକୃତ ଶ୍ରମିକଙ୍କୁ ର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ।

୫୦ ଅଣସଂଗଠିତ ଶ୍ରମିକ ବର୍ଗରେ ରହିଛନ୍ତି ଦରଜୀ/ଏମ୍ବ୍ରୋଡୋରୀ କାରିଗର, ବାରିକ ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ। ମହାରଣା, ମତ୍ସ୍ୟଜୀବୀ, କମାର, ରେଳବାଇ କୁଲି, ମାଲ ଲୋଡିଂ ଓ ଅନ୍‌ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ। କୁମ୍ଭାର, ପଥର ଶିଳ୍ପୀ ଓ ସହାୟକ, ଜରି ଗୋଟାଳି, ପରିମଳ କର୍ମଚାରୀ, ରଜକ/ ଲଣ୍ଡ୍ରୀ ଓ ଡ୍ରାଇ କ୍ଲିନର୍ କର୍ମଚାରୀ।

ସୂଚନାଯୋଗ୍ୟ ୨୦୧୭ ମେ’ରେ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି। ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଓ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button