ଅଶ୍ଳୀଳ ଭିଡିଓ ନଦେଖିବାରୁ ନାବାଳିକାକୁ ହତ୍ୟା

ଗୌହାଟି : ଅଶ୍ଳୀଳ ପର୍ଣ୍ଣ ଭିଡିଓ ଦେଖିବାକୁ ମନା କରିବାରୁ ୬ ବର୍ଷର ନାବାଳିକାକୁ ୩ ଜଣ ନାବଳକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସାମର ନାଗାଓଁ ଜିଲ୍ଲାରେ ଏହି ଘଟଣା ଘଟିଛି। ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣକର ବାପାଙ୍କୁ ମଧ୍ୟ ବାନ୍ଧିଛି। ଏକ କ୍ରସର ମିଲର ଟଏଲଟରୁ ସମ୍ପୃକ୍ତ ନାବାଳିକାଙ୍କ ମୃତ ଦେହ ଉଦ୍ଧର କରାଯାଇଛି।

ଖବର ଅନୁଯାୟୀ ନାଗାଓଁ ଜିଲ୍ଲା ଅଧୀକ୍ଷକ ଆନନ୍ଦ ମିଶ୍ର କହିଛନ୍ତି କହିଛନ୍ତି ଅଭିଯୁକ୍ତମାନେ ନିଶାଖୋର ଓ ଅପରାଧିକ କାର୍ଯ୍ୟକାଳାପରେ ଲିପ୍ତ ରୁହନ୍ତି। ସେମାନଙ୍କ ମଧ୍ୟରୁ ୧୧ ବର୍ଷୀୟ ନାବାଳକ ଜଣକ ତାଙ୍କ ବାପାଙ୍କକ ମୋବାଲରେ ପର୍ଣ୍ଣ ଭିଡିଓ ଦେଖନ୍ତି। ଉକ୍ତ ମୋବାଇଲକୁ ଜବତ ହୋଇଛି। ସେମାନଙ୍କ ସହ ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କରିବାରୁ ନାବାଳିକାକୁ ପଥରରେ ଛଛି ହତ୍ୟା କରାଯାଥିଲା। ସେ କହିଛନ୍ତି ତଦନ୍ତରୁ ଜଣାପଡିଛି ଅଭିଯୁକ୍ତମାନେ ନାବାଳିକାକୁ ଯୌନ ନିର୍ଜାତନା ୮ ରୁ୧୧ ବର୍ଷ ବୟସର ତିନିଜଣ ନାବାଳକ ନାବାଳିକାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଅପରାଧରେ ଜଣେ ନାବାଳକର ବାପା ଘଟଣାକୁ ଲୁଚେଇବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button