ସୁନା ମୂଲ୍ୟ ବଢିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ ୨୪ କ୍ୟାରେଟ ସୁନା ମୂଲ୍ୟ ୫୭,୫୩୨ ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୫୨,୬୯୯ ଟଙ୍କାରେ ପହଞ୍ଚିଛି। ରୁପା କିଲୋଗ୍ରାମ ପିଛା ରହିଛି ୬୮,୬୨୮ ଟଙ୍କା।

ମଙ୍ଗଳବାର ଅନ୍ତର୍ଜାତୀୟ ବଜାରରେ ସୁନା ଫ୍ୟୁଚର ୧୧.୯୦ ଡଲାର ବା ୦.୬୪ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୧,୮୭୬.୯୦ ଡଲାର ଓ ରୂପା ଫ୍ୟୁଚର ୦.୪୬୦ ଡଲାର ବା ୧.୨୧୦ ପ୍ରତିଶତ ବୃଦ୍ଧି ପାଇ ୨୧.୯୭୦ ଡଲାରରେ ପହଞ୍ଚିଛି।

ଖବର ଅନୁଯାୟୀ ଇସ୍ରାଏଲ ଓ ଗାଜାରେ ଯୁଦ୍ଧର ପ୍ରଭାବ ଏବେ ସୁନା ଓ ରୂପା ବଜାରରେ ଦେଖିବାକୁ ମିଳୁଛି। ନିବେଶକମାନେ ଷ୍ଟକ ବଜାରରୁ ନିବେଶ ପ୍ରତ୍ୟାହାର କରି ସୁନାରେ ସୁରକ୍ଷିତ ନିବେଶ କରିବାର ସମ୍ଭାବନା ଥିବାରୁ ସୁନା ଚାହିଦା ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Back to top button