ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ

କେନ୍ଦୁଝର : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ଏକ ମାଈହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଫରେଷ୍ଟର କାଳନ୍ଦୀ ସାମଲ ନିଲମ୍ବିତ ହୋଇଛନ୍ତି।

ଖବର ଅନୁଯାୟୀ ମାଈହାତୀର ମୃତ୍ୟୁକୁ ଏଇ ଜଙ୍ଗଲ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫରେଷ୍ଟର କାଳନ୍ଦୀ ସାମଲ ନିଲମ୍ବିତ ହୋଇଥିବା ବେଳେ ଫରେଷ୍ଟ ଗାର୍ଡ ସନ୍ଦୀପ ସାହୁଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ରେଞ୍ଜର ଅକ୍ଷୟ ଛାତ୍ରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ସେହିପରି ଟିପିଏନ୍‌ଓଡିଏଲ୍‌ର ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଓ ଲାଇନ୍‌ମ୍ୟାନ୍‌ଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ସୂଚନାଯୋଗ୍ୟ ଗତ ୪ ତାରିଖରେ ରଜିଆ ଗାଁ ନିକଟ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଜଙ୍ଗଲ ମଧ୍ୟରେ ଯାଇଥିବା ୩୩ କେଭି ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାର ଚାର୍ଜ ହୋଇଯାଇଥିବାରୁ ସେଥିରେ ଲାଗି ହାତୀଟି ପ୍ରାଣ ହରାଇଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *

Back to top button