ଡାକ୍ତରଙ୍କୁ ଘରକୁ ଡାକି ପୋଷକ ଖୋଲିଦେଲେ ଯୁବତୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବରେଲିରେ ଲଗାତର ହନିଟ୍ରାପ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଏହାର ଶିକାର ହୋଇଛନ୍ତି ବେସରକାରୀ ହସ୍ପିଟାଲର ଜଣେ ଡାକ୍ତର। କଥା ପୋଲିସ ଜାଣିବା ପରେ ୨୨ ବର୍ଷୀୟା ଯୁବତୀ ହିମାନିଙ୍କୁ ଗିରଫ କରାଯାଇଛି। କିନ୍ତୁ ଏହି ମାମଲାରେ ଫସିଥିବା ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଖବର ଅନୁଯାୟୀ ବରେଲି ସୁବାସନଗର ଥାନା ଅଞ୍ଚଳର ଏକ କଲୋନିରେ ଜଣେ ଡାକ୍ତର ନିଜର କ୍ଲିନିକ୍ ଚଳାଉଥିଲେ। ଦିନେ ଜଣେ ଯୁବତୀ ତାଙ୍କୁ ଫୋନକରି ସାହାଯ୍ୟ ମାଗିଲେ। କହିଲେ ତାଙ୍କର ଆର୍ଥିକ ସ୍ଥିତି ବହୁତ୍ ଖରାପ। ସେ ନର୍ସିଂ କରିଛନ୍ତି। ଡାକ୍ତରଙ୍କ କ୍ଲିନିକ୍ରେ ଚାକିରି କରିବାକୁ ଚାହାନ୍ତି। ଡାକ୍ତର ଚାକିରି ଦେଇ ପାରିବେନି କହି କଲ୍ କାଟି ଦେଲେ। ଯୁବତୀ ଜଣକ ସନ୍ଧ୍ୟାରେ ତାଙ୍କର ଜଣେ ବାନ୍ଧବୀଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଲେ। ସେଠାରେ ଯାଇ କାନ୍ଦି କାନ୍ଦି ଡାକ୍ତରଙ୍କ ନିକଟରେ ନିଜ ଆର୍ଥିକ ସ୍ଥିତି ବିଷୟରେ କହିଥିଲେ।
ଏହି ଘଟଣାର ପ୍ରାୟ ଏକ ସପ୍ତାହ ପରେ ସମ୍ପୃକ୍ତ ଯୁବତୀ ଡାକ୍ତରଙ୍କୁ କଲ୍ କରି ମାଆଙ୍କ ଦେହ ବହୁତ୍ ଖରାପ କହି ଘରକୁ ଯିବାକୁ ନିବେଦନ କଲେ। ଡାକ୍ତର ସେଠାକୁ ଯିବା ପରେ ଯୁବତୀ ନିଜ ପୋଷାକ ଖୋଲି ତାଙ୍କ ସହ ଅଶ୍ଳୀଳ କାମ କରିବା ଆରମ୍ଭ କରିଦେଲେ। ସେତିକି ବେଳେ ଜଣେ ପୁରୁଷ ଓ ମହିଳା ସେ ରୁମ୍ ଭିତରକୁ ପଶି ଯୁବତୀ ଓ ଡାକ୍ତରଙ୍କ ଭିଡିଓ କରିଥିଲେ। ଯାହାକୁ ନେଇ ଯୁବତୀ ପରେ ବ୍ଲକମେଲ କରିବା ଆରମ୍ଭ କରିଦେଇଥିଲେ।