କମର୍ସିଆଲ୍ ଗ୍ୟାସ୍ ଦର ବଢିଲା

ନୂଆଦିଲ୍ଲୀ : କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି ହୋଇଛି। ତୈଳ କମ୍ପାନୀ ଆଜିଠାରୁ ନୂଆ ଦର ଲାଗୁ କରିଛନ୍ତି।

ଖବର ଅନୁଯାୟୀ ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ୨୦୩.୫୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ହୋଇଛି ୧୮୩୯.୫୦ ଟଙ୍କା। ସେହିପରି
ମୁମ୍ବାଇରେ ୨୦୪ ଟଙ୍କା ଓ ଚେନ୍ନାଇରେ ୨୦୩ ଟଙ୍କା ବୃଦ୍ଧି ହୋଇଛି।

Leave a Reply

Your email address will not be published. Required fields are marked *

Back to top button