ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌ ଆରମ୍ଭ

ଉତ୍ତରକାଶୀ : ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଆଜି ଅପରାହ୍ଣରେ ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌ ବା ପାହାଡ଼ ଉପରୁ ତଳକୁ ଖନନ ଆରମ୍ଭ ‌ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଉତ୍ତରକାଶୀର ନିର୍ମାଣାଧୀନ ଏହି ସୁଡ଼ଙ୍ଗ ଧସି ଯିବାରୁ ୪୧ ଶ୍ରମିକ ଫସି ରହିଛନ୍ତି। ଶ୍ରମିକଙ୍କ ଉଦ୍ଧାର ପାଇଁ ଖନନ କରୁଥିବା ଅଗର୍‌ ମେସିନ୍‌ ଅକାମି ହୋଇ ଭଗ୍ନସ୍ତୂପରେ ଲାଖିଯିବାରୁ ତାକୁ କାଟି ବାହାର କରାଯିବ। ହାଇଦ୍ରାବାଦରୁ ପ୍ଲାଜ୍‌ମା କଟର୍‌ ପହଞ୍ଚିବା ପରେ ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌ ଆରମ୍ଭ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ସାମିଲ ହୋଇଛି। ସେମାନେ ପ୍ଲାଜମା ମେସିନ୍‌ ଦ୍ଵାରା କଟା ଯାଇ ଖଣ୍ଡ ଖଣ୍ଡ କରାଯାଇଥିବା ଅଗର୍‌ ଡ୍ରିଲିଙ୍ଗ୍‌ ମେସିନ୍‌ର ପ୍ଲେଟ୍‌ଗୁଡ଼ିକୁ ବାହାର କରିବାରେ ସହାୟତା କରିବେ।

Leave a Reply

Your email address will not be published. Required fields are marked *

Back to top button