ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ପାଠ ଓଡ଼ିଆରେ ପଢାଯିବ। ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ଓ ରାଜ୍ୟକୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସେଥିପାଇଁ ଓଡିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ହେବ ଓ ସଂସ୍ଥା ଏକ କମିଟି ଗଠନ କରି ଅନୁବାଦ କାମ ଆରମ୍ଭ କରିବ। ଇଞ୍ଜିନିୟରିଂ ଟର୍ମ ଗୁଡିକରେ ବିଶେଷ ପରିବର୍ତ୍ତନ ହେବନି। କେବଳ ସରଳ ଭାଷାରେ ଅନୁବାଦ ହେବ। ନୂଆ ଜାତୀୟ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆରେ ପଢ଼ାଇବା ବ୍ୟବସ୍ଥା ହେଲେ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଲାଭପ୍ରଦ ହୋଇପାରିବ।

ସୂଚନାଯୋଗ୍ୟ ପୂର୍ବରୁ ତାମିଲ, ତେଲୁଗୁ, ମାଲାୟଲମ୍, କନ୍ନଡ, ମରାଠୀ, ଗୁଜୁରାଟୀ, ବେଙ୍ଗଲୀ ଓ ହିନ୍ଦୀ ଭଳି ୮ଟି ଭାଷାରେ ଇଞ୍ଜିନିୟରିଂ ପାଠ ପଢାଯାଉଛି। ଏବେ ନବମ ଭାଷା ଭାବେ ଓଡ଼ିଆରେ ଇଞ୍ଜିନିୟରିଂ ପଢାଯିବ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନର ରୂପରେଖ ପ୍ରସ୍ତୁତ ଲାଗି ଆସନ୍ତା ୨୫ ତାରିଖରେ ଚୂଡାନ୍ତ ବୈଠକ ବସିବ।

Leave a Reply

Your email address will not be published. Required fields are marked *

Back to top button