ସରକାରୀ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ ଘୋଷଣା। ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା। କେନ୍ଦ୍ରୀ ମନ୍ତ୍ରି ମନ୍ତ୍ରୀମଣ୍ଡଳର ବୈଠକରେ ଏହି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ଦେଶର ୧୧,୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ୍‌ର ଛାତ୍ରଛାତ୍ରୀ ଯୋଜନାରେ ଉପକୃତ ହେବେ ବୋଲି ଆଶା କରାଯାଉଛି।

ବୁଧବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ। ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମଧ୍ୟାହ୍ନ ଭୋଜନ। ସରକାର ଏଥିପାଇଁ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାଛଡ଼ା ରାଷ୍ଟ୍ରୀୟ ନିୟତ ବୀମା ଖାତା ଯୋଜନାକୁ ଜାରି ରଖିବା ପାଇଁ ୫ ବର୍ଷରେ ୧,୬୫୦ କୋଟି ସହାୟତାର ଅନୁଦାନକୁ ମଞ୍ଜୁରୀ ମିଳିଛି।

ସେହିପରି କ୍ୟାବିନେଟରେ ନିମଚ-ରତଲାମ ରେଳ ଲାଇନ୍‌ର ଦୋହରୀକରଣ ପାଇଁ ମଞ୍ଜୁରୀ ମିଳିଛି। ପରିଯୋଜନା ଆନୁମାନିକ ଖର୍ଚ୍ଚ ହେବ ୧,୦୯୫.୮୮ କୋଟି ଟଙ୍କା। ୧୩୨.୯୨ କିଲୋମିଟର ରେଳ ଲାଇନ୍‌ର ଦୋହରୀକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button