ବାରିପଦା : ବନ କର୍ମଚାରୀ ମୃତ୍ୟୁ ଘଟଣାରେ ୧୦ ଶିକାରୀ ଗିରଫ

ବାରିପଦା : ଶିମିଳିପାଳ ଉତ୍ତର ଅଭୟାରଣ୍ୟରେ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ମାଟି ହାଁସଦାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ୧୦ ଶିକାରିଙ୍କୁ ଗିରଫ କରିଛି। ସେମାନେ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦଲାବେଡା ଗାଁର ତୁରୀ କଣ୍ଡେୟାନ, ରମାଇ କଣ୍ଡେୟାନ, ମୋରା ହୋ, ମାଣିକରାମ କଣ୍ଡେୟାନ, ଗୋପବନ୍ଧୁ କଣ୍ଡେୟାନ, ଦିଲ୍ଲୀପ କଣ୍ଡେୟାନ, ରାମସିଂ ଗୁଣ୍ଡୁଆ, ସିଂହ ହୋ, ଗମେୟା ହୋ ଓ ଚମ୍ପାଇ ହୋ।

ଖବର ଅନୁଯାୟୀ ଗିରଫ ଶିକାରୀମାନଙ୍କ ନିକଟରୁ ୨ଟି ଦେଶି ବନ୍ଧୁକ, ଗୋଟିଏ ବାଉଁଶ ଠେଙ୍ଗା, ୨ଟି ଧନୁ ଓ ୩ଟି ତୀର ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିବା ଏସପି ବାତୁଲ ଗଙ୍ଗାଧର କହିଛନ୍ତି। ଏହାଛଡା ଏହି ସମ୍ପୃକ୍ତ ଆଉ ୨ ଜଣ ଶିକାରୀଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button