ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରୁ ସନ୍ତୋଷ କୁମାର ସୁମନଙ୍କ ଇସ୍ତଫା

ପାଟନା : ବଦଳୁଛି ବିହାର ରାଜନୀତି। ଜେଡିୟୁ ଓ ଆରଜେଡି ସହିତ ହାତ ମିଳାଇଥିବା ଛୋଟ ଦଳ ଗୁଡିକ ଏବେ ଅସନ୍ତୁଷ୍ଟ। ବରିଷ୍ଠ ନେତା ସନ୍ତୋଷ କୁମାର ସୁମନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିହାରର ସଂସଦୀୟ ବ୍ୟାପର ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ନିକଟକୁ ପଠାଇଛନ୍ତି। କିନ୍ତୁ ଜେଡିୟୁ ସହିତ ତାଙ୍କ ଦଳ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା (ଏଚଏଏମ) ସରକାରର ଅଂଶ ବିଶେଷ ରହିଛି।

ସୁମନ କହିଛନ୍ତି ଏଚଏଏମକୁ ଏବେ ଜେଡିୟୁରେ ଲୀନ କରିବାକୁ ଚାପ ପଡ଼ୁଛି। ଆମ ଦଳର ଅସ୍ଥିତ୍ୱ ଏବେ ବିପଦରେ। ମୁଁ ଏହାର ସୁରକ୍ଷା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଜୁନ ୨୩ରେ ପାଟନାରେ ହେବାକୁ ଥିବା ବିରୋଧୀଙ୍କ ବିରାଟ ସମାବେଶରେ ଏଚଏଏମ ଯୋଗଦେବ କି ପ୍ରଶ୍ନରେ ସେ କହିଛନ୍ତି ଆମକୁ ଡକାଯାଇ ନାହିଁ କିମ୍ବା ଦଳଭାବେ ବିଚାରକୁ ନିଆଯାଉ ନାହିଁ। ନିମନ୍ତ୍ରଣ କରାଯାଇନଥିବାରୁ ଆମେ ସେଠାକୁ ଯିବୁ କେମିତି ? ଅନେକ ଜୀବଜନ୍ତୁ ଜଙ୍ଗଲରେ ରୁହନ୍ତି। ସେଠାରେ ସିଂହ ଓ ଛୋଟ ଜନ୍ତୁ ରୁହନ୍ତି, ଯେଉଁମାନେ ଶିକାର କରନ୍ତି। ସମସ୍ତେ ସମସ୍ତଙ୍କ ଠାରୁ ଖସି ବାକୁ ଚେଷ୍ଟା କରନ୍ତି। ହରିଣ ମଧ୍ୟ ଶୀକାର ନ ହେବାକୁ ସବୁବେଳେ ଚେଷ୍ଟା କରେ। ଆମେ ମଧ୍ୟ ଏଯାଏ ଶୀକାରରୁ ବଞ୍ଚି ଆସିଛୁ। କିନ୍ତୁ ଆଜି ଆମକୁ ଅନୁଭବ ହେଉଛି ଏହା ଆଉ ବେଶୀଦିନ ସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *

Back to top button