ଦିଗପହଣ୍ଡି ବସ୍‌ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ବ୍ରହ୍ମପୁର : ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଲଳିତା ପ୍ରଧାନଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ବାହାଘର ଭୋଜି ଖାଇ ଝିଅଘର ଲୋକ ବ୍ରହ୍ମପୁରରୁ ଖଣ୍ଡଦେଉଳି ଗାଁକୁ ମିନିବସ୍‌ରେ ଫେରୁଥିବା ବେଳେ ୨୫ ତାରିଖ ବିଳମ୍ୱିତ ରାତିରେ ଦୁର୍ଘଟଣା ଘଟିଥିଲା। ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ମିନିବସ୍‌ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନେକ ଆହତ ହୋଇଥିଲେ। ଗୁରୁତରଙ୍କୁ ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଲଳିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *

Back to top button