ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କୋର୍ଟରେ ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ କୋର୍ଟ ପରିସରକୁ ତିନିଦିନ ପାଇଁ ପ୍ରଶାସନ ସିଲ୍ କରିଛି। ଆଜିଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ କୋର୍ଟ ପରିସର ସିଲ୍ ରହିବ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ କୋଭିଡ୍ ସଂକ୍ରମଣ ପାଇଁ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ଓ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ କାର୍ଯ୍ୟାଳୟ ବନ୍ଦ ରହିବ। ୨୭ ତାରିଖରେ କ୍ୟାମ୍ପ ଖୋଲାଯାଇ ସବୁ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button