୨୧ରେ ଉପ-ବାଚସ୍ପତି ନିର୍ବାଚନ

ଭୁବନେଶ୍ଵର : ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ନିର୍ବାଚନ। ଏହି ନିର୍ବାଚନ ସକାଳ ୯ଟା ୩୦ ମିନିଟ୍ ସମୟରେ ହେବ ବୋଲି ବିଧାନସଭାର ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖି ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ ଉପ-ବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ଦଳୀୟ ସଙ୍ଗଠନକୁ ସୁଦୃଢ କରିବାକୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button