ଫିଲିପ୍ପିନ୍‌ସ୍‌ର ସାମଗ୍ରୀ ଯୋଗାଣ ଡଙ୍ଗା ଉପରେ ଚୀନ୍‌ର ପାଣିମାଡ଼

ମାନିଲା : ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଫିଲିପ୍ପିନ୍‌ସ୍‌ ନୌସେନା ଜାହାଜକୁ ସାମଗ୍ରୀ ଯୋଗାଇବା ପାଇଁ ଯାଉଥିବା ଡଙ୍ଗାଗୁଡ଼ିକ ଉପରକୁ ଚୀନା ତଟରକ୍ଷୀ ପୋତ ପାଣି ମାଡ଼ କରିଛି। ଗୁରୁବାର ଫିଲିପ୍ପିନ୍‌ସ୍‌ ଅଭିଯୋଗ କରିବା ସହ ଏଥିରୁ ନିବୃତ ରହିବାକୁ ବେଜିଙ୍ଗ୍‌କୁ ଆଦେଶ ଦେଇଛି।

ଖବର ଅନୁଯାୟୀ ଫିଲିପ୍ପିନ୍‌ସ୍‌ର ବୈଦେଶିକ ସଚିବ ଟିଓଡୋରୋ ଲୋକ୍‌ସିନ୍‌ କହିଛନ୍ତି ଘଟଣା ସଂକ୍ରାନ୍ତରେ ସେ ବେଜିଙ୍ଗ୍‌ ପ୍ରତି ଅଶାନ୍ତି, ନିନ୍ଦା ଓ ପ୍ରତିବାଦ ବ୍ୟକ୍ତ କରିଛନ୍ତି। ମଙ୍ଗଳବାର ଦିନ ଘଟଣା ଘଟିଥିବା ବେଳେ ‘ସ୍ପ୍ରାଟ୍‌ଲି ଦ୍ୱିପପୁଞ୍ଜ’ ଅନ୍ତର୍ଗତ ‘ସେକେଣ୍ଡ୍‌ ଟୋମାସ୍‌ ସୋଆଲ୍‌’ରେ ଫିଲିପ୍ପିନ୍‌ ଡଙ୍ଗାଗୁଡ଼ିକ ଯାତ୍ରା କରୁଥିଲେ।

ଟୁଇଟର୍‌ ବିବୃତିରେ ଲୋକ୍‌ସିନ୍‌ ଲେଖିଛନ୍ତି ଚୀନ୍‌ର ତିନୋଟି ସାମରିକ ପୋତ ବାଟ ଓଗାଳିବା ସହ ବେଆଇନ୍‌ ଭାବେ ‘ଜଳ କମାଣା’ରୁ ପାଣି ମାଡ଼ କରିଥିଲେ। ଭାଗ୍ୟକୁ ଏଥିରେ କେହି ଆହତ ହୋଇ ନାହାନ୍ତି। ହେଲେ ଆମ ଡଙ୍ଗା ସବୁ ପୁନଃଯୋଗାଣ ଅଭିଯାନ ବନ୍ଦ ରଖିଲେ। ବେସାମରିକ ହୋଇଥିବାରୁ ଉକ୍ତ ଡଙ୍ଗା ସବୁକୁ ‘ସର୍ବସାଧାଣ’ ଡଙ୍ଗା କୁହାଯାଇ ପାରିବ। ଯୁକ୍ତରାଷ୍ଟ୍ର ଆମେରିକା ସହ ହୋଇଥିବା ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ଅନୁସାରେ ଏ ସବୁ ଯାତାୟତ କରନ୍ତି। ଏ ଅଞ୍ଚଳ ଆଖପାଖ ଚୀନ୍‌ର ଆଇନ ପ୍ରଣୟନ କରିବା ଅଧିକାର ଚୀନ୍‌ର ନାହିଁ। ରାଜିନାମାକୁ ସମ୍ମାନ ପ୍ରଦର୍ଶନପୂର୍ବକ ଚୀନ୍‌ ଏଭଳି କାର୍ଯ୍ୟରୁ ଓହରି ଯିବା ଉଚିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button