ସୁନା ଦର ୬୪ ହଜାର ଟପିଲା

ନୂଆଦିଲ୍ଲୀ : ସୁନା ଏବେ ଆକାଶ ଛୁଆଁ। ଦାମ ବଢ଼ି ଚାଲିଥିବା ବେଳେ ୧୦ ଗ୍ରାମ ସୁନାର ମୂଲ୍ୟ ୬୪ ହଜାର ଅତିକ୍ରମ କରିଛି।

ଖବର ଅନୁଯାୟୀ ଚେନ୍ନାଇରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୪, ୫୩୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ରହିଛି ୫୯, ୧୫୦ ଟଙ୍କା। ସେହିପରି କୋଲକାତାରେ ସୁନା ଦର ୬୪,୪୧୦ ରହିଥିବା ବେଳେ ଦିଲ୍ଲୀ ଏନ୍‌ସିଆର୍‌ରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମର ଦାମ ୬୩, ୯୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୫୮,୫୦୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୬୩,୭୬୦ ଓ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୮, ୪୫୦ ଟଙ୍କା ରହିଛି। ଆଗକୁ ବିବାହ ଋତୁ ଆସୁଥିବାରୁ ସୁନାର ମୂଲ୍ୟ ଆହୁରି ବଢିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button