ଏଥର କଂଗ୍ରେସ କ୍ଷମତାକୁ ଫେରିବ : ସଚିନ୍‌ ପାଇଲଟ

ଟୋଙ୍କ୍‌ : କଂଗ୍ରେସ ମୁଖ୍ୟ ମଲ୍ଲିାକର୍ଜୁନ ଖଡ୍‌ଗେ ଓ ଦଳର ନେତା ରାହୁଲ୍‌ ଗାନ୍ଧୀ ମୋତେ କାହା ଉପରେ ରାଗିବା ଓ ଦୋଷ ନଦେବାକୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ ମୁଁ ରାଜସ୍ଥାନର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଉଛି। ଏଥର ପରମ୍ପରା ବଦଳିବ ଓ କଂଗ୍ରେସ କ୍ଷମତାକୁ ଫେରିବ ବୋଲି କହିଛନ୍ତି ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍‌।

ଖବର ଅନୁଯାୟୀ ପାଇଲଟ କହିଛନ୍ତି କଂଗ୍ରେସ ସମ୍ପୂର୍ଣ୍ଣ ଏକଜୁଟ। ବିଜେପିରେ ତିକ୍ତତା ଓ ମତାନ୍ତର ରହିଥିବା ବେଳେ ଭୁଲ ଢଙ୍ଗରେ ଟିକେଟ ବଣ୍ଟନ କରାଯାଇଛି। ଏକଥା ସମସ୍ତେ କହୁଛନ୍ତି। କିନ୍ତୁ କଂଗ୍ରେସରେ ଏପରି ହୁଏନାହିଁ। ଆମେ ଏକାଠି ବସୁ ଓ ଆଲୋଚନା କରୁ। ସେ କହିଲେ ମୁଁ ରାଜସ୍ଥାନ ପାଇଁ ପାଞ୍ଚ ବର୍ଷର ରୋଡ଼ମ୍ୟାପକୁ ଦେଖୁଛି। ମିଳିତ ଭାବେ ଆମେ କଂଗ୍ରେସକୁ ଜିତାଇବୁ। କିଏ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ ତାହା ବିଧାୟକ ଓ ନେତୃତ୍ୱ ସ୍ଥିର କରିବେ। ୨୦୧୮ ନିର୍ବାଚନଠାରୁ ଏ ନିର୍ବାଚନ କିପରି ଭିନ୍ନ ହେବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସେତେବେଳେ କଂଗ୍ରେସ ବିରୋଧୀ ଦଳରେ ଥିଲା। ଏଥର ରାଜସ୍ଥାନବାସୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମ କାର୍ଯ୍ୟ ଦେଖିଛନ୍ତି। ଆମେ ଗାଁ ଗାଁରେ ପହଞ୍ଚିଛୁ। ଏଥର ନିର୍ବାଚନ ଐତିହାସିକ ହେବ ବୋଲି ଶ୍ରୀ ପାଇଲଟ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button