ସଂଘୀୟ ବ୍ୟବସ୍ଥା ଅନୁସାରେ ଆମେ ଦାବି ଉପସ୍ଥାପନ କରିବୁ : ଦେବୀ ମିଶ୍ର

ଭୁବନେଶ୍ଵର : ବୁଲେଟ ଟ୍ରେନ ଓ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗରେ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଜେଡିରେ କୌଣସି ପ୍ରକାର କନଫ୍ୟୁଜନ୍ ନାହିଁ ଆମର ସବୁକଥାରେ କ୍ଲାରିଟି ଅଛି।

ପୁରୀରେ ବିମାନବନ୍ଦର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ। ଏକଥା ପୁଣି ମନେପକାଇବାରେ ଅସୁବିଧା କେଉଁଠି ରହିଲା। ବିଜେଡି ଓଡିଶାର ସ୍ୱାର୍ଥରକ୍ଷା ଓ ଦାବି ହାସଲ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛି। ସଂଘୀୟ ବ୍ୟବସ୍ଥାରେ ଆମର ଯାହା ଦାବି ରହିଛି ଆମେ ତାକୁ ଉପସ୍ଥାପନା କରୁଛୁ। ରାଜନୀତିରୁ ଉପରକୁ ଉଠି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ସରକାର ଓଡିଶାର ବିକାଶ କରିବେ।

Leave a Reply

Your email address will not be published. Required fields are marked *

Back to top button