ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ଵର : ଆଇଏଏସ ଅଫିସର ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥଯାତ୍ରା ପୂର୍ବରୁ ବୀର ବିକ୍ରମ ଯାଦବଙ୍କଠାରୁ ଅତିରିକ୍ତ ଦାୟିତ୍ଵ ହଟାଇ ଦିଆଯାଇଛି।

ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ସ୍ଵତନ୍ତ୍ର ସଚିବ ପାହ୍ୟା ମିଳିବ। ସେହିପରି ଦିଲ୍ଲୀପ ରାଉତରାୟଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ପଦକୁ ବଦଳି ହୋଇଛି। ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ଵତନ୍ତ୍ର ସଚିବ ଦାୟିତ୍ଵ।

Leave a Reply

Your email address will not be published. Required fields are marked *

Back to top button