ପ୍ରାଥମିକ ଶିକ୍ଷକତା ପାଇଁ ବିଇଡି କୋର୍ସ ମାନ୍ୟ ନୁହେଁ, ଆବଶ୍ୟକ ହେବ ଆଇଟିଇପି କୋର୍ସ

ନୂଆଦିଲ୍ଲୀ : ସରକାରୀ ସ୍କୁଲରେ ଶିକ୍ଷକତା କରିବାକୁ ବିଇଡି କୋର୍ସ ମାନ୍ୟ ହେବନାର୍ହି। ସୁପ୍ରିମକୋର୍ଟଙ୍କ ଏପରି ଆଦେଶ ପରେ ବିଇଡି କୋର୍ସ ସ୍ଥାନରେ ପ୍ରସ୍ତୁତ ହୋଇସାରିଛି ଆଇଟିଇପି ପୋଗ୍ରାମ। ଏହି ପ୍ରୋଗ୍ରାମକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟିଚର ଏଜୁକେଶନ (ଏନସିଇଟି) ଇଣ୍ଟିଗ୍ରେଟେଡ ଟିଚର୍ସ ଏଜୁକେଶନ ପ୍ରୋଗ୍ରାମ ନାମରେ ନାମିତ କରିଛି। ୪ବର୍ଷିୟା ଗ୍ରାଜୁଏସନ କୋର୍ସ ପରେ ୨୦୩୦ ଠାରୁ ଏହି କୋର୍ସ ମାଧ୍ୟରେ ଶିକ୍ଷକ ଚୟନ କରାଯିବ।

ଖବର ଅନୁଯାୟୀ ଆଗକୁ ବିଇଡି କୋର୍ସ ଜାରି ରହିଲେ ମଧ୍ୟ ଏହା କେବଳ ଏକାଡେମିକ ହେବ। ଏହାପରେ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି କରାଯାଇପାରିବ। ଆଗାମୀ ବର୍ଷ ଠାରୁ ଅଧିକତର ବିଇଡି କଲେଜରେ ଆଇଟିଇପି କୋର୍ସ ବିକଳ୍ପ ସ୍ଥାନ ପାଇପାରେ। କାରଣ ପ୍ରାଥମିକ ଶକ୍ଷା ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି। ୨୦୩୦ ଠାରୁ ୪ ବର୍ଷିୟ ବିଏଡ ବା ୪ ବର୍ଷିୟ ଏକୀକୃତ ଅଧ୍ୟାପକ ଶିକ୍ଷା କାର୍ଯ୍ୟକ୍ରମ ଆଇଟିଇପି ଡିଗ୍ରୀ ଅର୍ନିବାର୍ଯ୍ୟ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଷ୍ଟ୍ରିୟ ଶିକ୍ଷାନୀତି (ଏନଇପି) ୨୦୨୦ର ସୁପାରିଶ କ୍ରମରେ ପ୍ରାଥମିକ ଶିକ୍ଷାଠାରୁ ଯୁକ୍ତ ୨ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କ ପାଇଁ ନ୍ୟୁନତମ ଯୋଗ୍ୟତା ସ୍ଥିର କରାଯାଇଛି। ଏଥିରେ ବିଏ.-ବଏଡ, ବିଏସି-ବିଏଡ ଓ ବିକମ୍-ବିଏଡ ସାମିଲ ଅଛି। ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ୪୧ଟି ବିଶ୍ୱବିଦ୍ୟାଳୟରେ ପାଇଲଟ ପ୍ରୋଜେକ୍ଟ କ୍ରମରେ ୪ବର୍ଷିୟା ବିଏଡ ପ୍ରୋଗ୍ରାମ ଆରମ୍ଭ ହୋଇଛି। ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ତରଫରୁ ନ୍ୟାସନାଲ ଏଣ୍ଟ୍ରାନ୍ସ ପାଇଁ ଆସନ୍ତା ସପ୍ତାହରୁ ଅନଲାଇନ ଆବେଦନ ଗ୍ରହଣ କରାଯିବ। ରାଷ୍ଟ୍ରୀୟ ଅଧ୍ୟାପକ ଶିକ୍ଷା ପରିଷଦ ଏନସିଇଟିଇ ଏନଇପି ୨୦୨୦ର ସୁପାରିଶ କ୍ରମେ ୪ବର୍ଷିୟା ବିଏଡ ପ୍ରୋଗ୍ରାମ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button