ରାହୁଲଙ୍କୁ ପାଟନା ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ : ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ବିହାରର ପାଟନା ହାଇକୋର୍ଟ ମଇ ୧୫ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତଙ୍କ ରାୟ ଉପର ରହିତାଦେଶ ଲଗାଇଛନ୍ତି।

ଖବର ଅନୁଯାୟୀ ମୋଦୀ ସାଙ୍ଗିଆ ନେଇ ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ନିମ୍ନ ଅଦାଲତଙ୍କ ରାୟ ଉପରେ କୋର୍ଟ ରହିତା ଦେଶ ଲଗାଇଛନ୍ତି।

ରାହୁଲ ଗାନ୍ଧୀ ନିମ୍ନ ଅଦାଲତଙ୍କ ସମନକୁ ଖାରଜ ପାଇଁ ଏପ୍ରିଲ ୨୨ ତାରିଖରେ ପାଟନା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଓକିଲ ବିରେନ୍ଦ୍ର ରାଠୋଡ କହିଛନ୍ତି ସମନକୁ ରଦ୍ଦ କରିବାକୁ ଆମେ ଆବେଦନ କରିଥିଲୁ। କାରଣ ଯେତେବେଳେ ଗୋଟିଏ ମାମଲା ସୁରଟ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ସମାନ ମାମଲା ଅନ୍ୟ ଏକ କୋର୍ଟରେ ବିଚାର କରାଯାଇପାରିବ ନାହିଁ। ଏହା ବେଆଇନ। ତେଣୁ ପରବର୍ତ୍ତୀ ଶୁଣାଣି ମଇ ୧୫ ତାରିଖରେ ହେବ। ଅନ୍ୟପଟେ ସୁଶୀଲ ମୋଦୀଙ୍କ ଓକିଲ ଏସ୍‌ଡି ସଞ୍ଜୟ କହିଛନ୍ତି କୋର୍ଟ ସେମାନଙ୍କୁ ମାମଲାର ଯୁକ୍ତି ରଖିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button