ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୯ ଯାଏଁ ଚାଲିବ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଓ ନୂତନ ଭୋଟର ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ।

ଖବର ଅନୁଯାୟୀ ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଓ ୨୫ ତାରିଖ ରାଜ୍ୟର ସବୁ ବୁଥରେ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସ ଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ମାସ ୯ ତାରିଖ (ଶନିବାର) ସୁଦ୍ଧା ଅନଲାଇନ ମାଧ୍ୟମରେ voters.eci.gov.in ଦ୍ୱାରା କିମ୍ବା ସଂପୃକ୍ତ ବୁଥସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଶ୍ରୀ ଧଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତିା

Leave a Reply

Your email address will not be published. Required fields are marked *

Back to top button