ବିଶ୍ୱ ଭୋକିଲା ତାଲିକାରେ ଭାରତର ସ୍ଥାନ ୧୦୧

ନୂଆଦିଲ୍ଲୀ : ବିଶ୍ୱ ଭୋକିଲା ତାଲିକାରେ ଭାରତ ୨୦୨୦ରେ ୯୪ତମ ସ୍ଥାନରେ ଥିଲା। ଏବେ ୧୦୧ତମ ସ୍ଥାନକୁ ଖସିଛି। ଏହି ତାଲିକାରେ ପଡୋଶୀ ଦେଶ ନେପାଳ ଓ ବାଂଲାଦେଶ ୭୬ ନମ୍ବରରେ ରହିଥିବାବେଳେ ୭୧ରେ ମିଆଁମାର ଓ ପାକିସ୍ତାନ ୯୨ ସ୍ଥାନରେ ରହିଛି।

କ୍ଷୁଧା ଓ ପୁଷ୍ଟିହୀନତା ଉପରେ ନଜର ରଖିଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ୱେବସାଇଟର ଗୁରୁବାର ରିପୋର୍ଟ ଅନୁଯାୟୀ ଏଥର ଭାରତର ଭୋକିଲା ପଏଣ୍ଟ ୩୮.୮ରୁ ତଳକୁ ଖସି ୨.୮ରେ ପହଞ୍ଚିଛି। ସମାନ ଅବସ୍ଥା ୨୦୧୨ରେ ଜିଏଚଆଇରେ ପରିଲକ୍ଷିତ ହୋଇଥିଲା। ଚୀନ, ବ୍ରାଜିଲ, କୁଏତ ଭଳି ୧୮ଟି ରାଷ୍ଟ୍ର ଏହି ତାଲିକାର ଶୀର୍ଷ ୫ ସ୍ଥାନରେ ରହିଛନ୍ତି।

ସେହିପରି ଭାରତରେ ଶିଶୁ ଅପଚୟ ହାର ୧୯୯୮ ରୁ ୨୦୦୨ ମଧ୍ୟରେ ୧୭.୧ ପ୍ରତିଶତରୁ ୨୦୧୬ ରୁ ୨୦୨୦ ମଧ୍ୟରେ ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି, ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟୁହାର ଭଳି ବିଭିନ୍ନ ଦିଗକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ। ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି।

Leave a Reply

Your email address will not be published. Required fields are marked *

Back to top button