ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ଗତକାଲି ରାତିରେ ବସ୍‌ରେ କଟକ ଘରକୁ ଯାଉଥିବା ବେଳେ ଜୟପୁର ଟାଙ୍କୁଆ ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି। ଯାଞ୍ଚ କରାଯିବାରୁ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି। ଏହି ଟଙ୍କା ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇପାରି ନାହାନ୍ତି।

ଖବର ଅନୁଯାୟୀ ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଫିସରୁ ୧ ଲକ୍ଷ ୮୦ ହଜାର ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି। ସେହିପରି କଟକ ବକ୍ସିବଜାର ସ୍ଥିତ ଘରୁ ନଗଦ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button