ଡିଏନଏ ରିପୋର୍ଟ : ଦିନେଶ ଦୀପିକାଙ୍କ ପୁଅର ବାପା

ଭୁବନେଶ୍ଵର : ପତ୍ନୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇଥିବା ଦୀପିକାଙ୍କୁ ନ୍ୟାୟ ମିଳିବାର ବାଟ ଫିଟିଛି। ଦିପିକା-ଦିନେଶଙ୍କ ଡିଏନଏ ରିପୋର୍ଟ ସ୍ପଷ୍ଟ କରିଛି ପୁଅର ପ୍ରକୃତ ବାପା ଦିନେଶ।

ଖବର ଅନୁଯାୟୀ ୨୦୨୨ରେ ଏହି ରିପୋର୍ଟ ରାଜ୍ୟ ଫରେନସିକ୍ ଲ୍ୟାବ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି। ଫରେନସିକ୍ ଲ୍ୟାବ ଗତବର୍ଷ ଏହି ରିପୋର୍ଟ ଦେବାପରେ ଏହାକୁ କୋର୍ଟରେ ଦାଖଲ କରାଯାଇଥିଲା। ବ୍ରହ୍ମପୁର ଏସପିଙ୍କ ହସ୍ତକ୍ଷେପ ପରେ ଡିଏନଏ ରିପୋର୍ଟର ସାର୍ଟିଫାଏଡ୍ କପି ଦୀପିକା ଟାଉନଥାନାରୁ ପାଇଛନ୍ତି। ଦୀର୍ଘ ୧୦୦ଦିନରୁ ଅଧିକ ଧାରଣା ଦେବାପରେ ଦୀପିକା କିଛିଦିନ ଓହରି ଯାଇଥିଲେ ହେଁ ଗତ ଦୁଇଦିନ ହେଲା ଦିନେଶଙ୍କ ଦ୍ୱାରରେ ଧାରଣା ଦେବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଦୀପିକାଙ୍କ ମାମଲା ଏବେ ହାଇକୋର୍ଟରେ ବିଚାରଧୀନ। କୋର୍ଟର ରାୟ ଯାହାହେବ ସମୟ କହିବ। କିନ୍ତୁ ରିପୋର୍ଟ ଆଧାରରେ ଉଭୟଙ୍କର ବୁଝାମଣାର ସମୟ ଆସିଛି। ପୁଅର ଭବିଷ୍ୟତ ପାଇଁ ପରିବାର ଏକାଠି ହେବା ଆବଶ୍ୟକ ବୋଲି ଦୀପିକାଙ୍କ ଓକିଲ କହିଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button