ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ

ବାଲେଶ୍ଵର : ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୧ର ଆଜି ସଫଳ ପରୀକ୍ଷଣ କରାଯାଇଛି।

ଖବର ଅନୁଯାୟୀ ଚାନ୍ଦିପୁର ଡିଆର୍‌ଡିଓର ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ଵୀପ (୪ନମ୍ବର ଲଞ୍ଚପ୍ୟାଡ୍‌)ରୁ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ରୁ ୧୨୦୦ କିଲୋମିଟର। ସ୍ଵଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୧ କ୍ଷେପଣାସ୍ତ୍ର ଏକ ପ୍ରମାଣିତ ପ୍ରଣାଳୀ, ବହୁ ଉଚ୍ଚରୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସମସ୍ତ ପ୍ରାୟୋଗିକ ଓ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ଅତିକ୍ରମ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button