ହମାସ୍ ଆରମ୍ଭ କରିଥିବା ଯୁଦ୍ଧ ଆମେ ଶେଷ କରିବୁ : ଇସ୍ରାଏଲ

ତେଲ ଅଭିଭ୍ : ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହାମାସ ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶତାଧିକ ରକେଟ୍ ମାଡ଼ କରିବା ଯୋଗୁ ୨୨ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଏହାଛଡା କେତେକ ଇସ୍ରାଏଲ ସୈନିକଙ୍କୁ ଅପହରଣ କରାଯାଇଥିବା ଏହି ସଂଗଠନ ଦାବି କରିଛି।

ଖବର ଅନୁଯାୟୀ ରକେଟ୍ ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ଆଉ କୁହାଯାଇଛି ହାମାସ ଯୁଦ୍ଧ ଆରମ୍ଭ କରିଥିଲା। କିନ୍ତୁ ଇସ୍ରାଏଲ ଶେଷ କରିବ। ଏଥିସହ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ପକ୍ଷରୁ ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କରାଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହାମାସକୁ ଧ୍ୱଂସ କରିବାକୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟକରି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି। ଆମେ ଯୁଦ୍ଧରେ ଅଛୁ ଓ ଆମେ ଜିତିବୁ। ଆମ ଶତ୍ରୁଙ୍କୁ ଏମିତି ମୂଲ୍ୟ ଦେବାକୁ ପଡ଼ିବ ଯାହା ସେମାନେ କେବେ ଭାବି ନଥିବେ। ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଦେଶର ନାଗରିକମାନଙ୍କୁ ସତର୍କ କରାଇଛନ୍ତି। ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ଏହି ଗମ୍ଭୀର ଭୁଲର ପରିଣାମ ହମାସ ନିଶ୍ଚିତ ଭାବେ ଭୋଗିବ।

Leave a Reply

Your email address will not be published. Required fields are marked *

Back to top button