ଫୁଲବାଣୀ : ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ହଜାର ଲୁଟ୍

ଫୁଲବାଣୀ : ଫୁଲବାଣୀର ଜଣେ ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଛି। କଳା ପଲସରରେ ଆସିଥିବା ଦୁଇ ଲୁଟେରା ଆକ୍ସିସ ବ୍ୟାଙ୍କ ପାଖରେ ଏପରି ଘଟଣା ଘଟାଇଟିବା ଜଣାପଡିଛି।

ଖବର ଅନୁଯାୟୀ ଫୁଲବାଣୀର ତେଜରାତି ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟିରେ ଆକ୍ସିସ୍ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ। ହେଲେ ପଲସର ବାଇକରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ ଆଗରୁ ତାଙ୍କଠାରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପୋଲିସରେ ଅଭିଯୋଗ କରିବା ପରେ ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସିସି ଟିଭି ଫୁଟେଜ ଦେଖି ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button