ମହର୍ଷି କଲେଜରେ ଛାତ୍ରଙ୍କୁ ପିଟିଲେ ଅଣଛାତ୍ର

ଭୁବନେଶ୍ୱର : ମହର୍ଷି କଲେଜର ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ୧୦ରୁ ଅଧିକ ଯୁବକ ଝାରପଡା ଅଞ୍ଚଳର ବୋଲି ଜଣାପଡିଛି।

ଖବର ଅନୁଯାୟୀ ଝାରପଡାର ଦୁଇଜଣ ଯୁବକ ଦୁଇଦିନ ତଳେ କଲେଜ କ୍ୟାମ୍ପସକୁ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ପିଲାମାନେ ଏହାକୁ ବିରୋଧ କରିଥିଲେ। ପ୍ରିନ୍ସିପାଲଙ୍କ ନିକଟରେ ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା। ସେହି ରାଗ ସୁଝାଇବା ପାଇଁ ସୋମବାର ୧୦ରୁ ଅଧିକ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚି ବ୍ୟାଟ, ଲୁହାରଡ଼, ହକି ଷ୍ଟିକରେ ମାଡ଼ମାରି ୫ ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ। ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

ଘଟଣାସ୍ଥଳରେ ପୋଲିସ ପହଁଚି ସିସିଟିଭି ଯାଞ୍ଚ କରିଥିବା ବେଳେ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଆଉ ଆଶ୍ଵାସନା ଦେଇଛି ଆକ୍ରମଣ ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

Leave a Reply

Your email address will not be published. Required fields are marked *

Back to top button