ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧ ଚିହ୍ନଟ : ପୋଲିସ ଉଠାଇନେଲା

ବାଲେଶ୍ୱର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧ ଚିହ୍ନଟ। ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ୫ଜଣ ଠିକା କର୍ମଚାରୀଙ୍କୁ ପୋଲିସ ଅଟକ ଅଟକ ରଖିଥିବା କୁହାଯାଉଛି।

ଖବର ଅନୁଯାୟୀ ଅଟକ ୫ ଜଣଙ୍କ ମଧ୍ୟରେ ରହିଛନ୍ତି ଲଞ୍ଚ ପ୍ୟାଡ୍ ୩ ( ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ)ରେ ଏସି ଅପରେଟର ବସନ୍ତ ବେହେରା। ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା। ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି। ରାଜସ୍ଥାନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ହେଡକ୍ୱାର୍ଟରକୁ ଅବଗତ କରାଯାଇଥିଲା। ଖବର ପାଇ ପୋଲିସ ସେମାନଙ୍କୁ ରାତିଅଧିଆ ଘରୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button