ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନୂଆ ଟ୍ୟାଗ୍‌ଲାଇନ୍‌ ‘ଜିତେଗା ଭାରତ୍‌’

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବା ଲକ୍ଷ୍ୟରେ ବିରୋଧୀମାନେ ମେଣ୍ଟଦଳର ନାଁ ‘ଇଣ୍ଡିଆ’ ରଖିଛନ୍ତି। ଟ୍ୟାଗ୍‌ଲାଇନ୍‌ ରଖିଛନ୍ତି ‘ଜିତେଗା ଭାରତ୍‌’।

ଖବର ଅନୁଯାୟୀ ଗତକାଲିର ବିରୋଧୀଙ୍କ ବୈଠକରେ ବହୁ ବିଚାର ଆଲୋଚନା କରାଯିବା ପରେ ‘ଜିତେଗା ଭାରତ୍‌’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ମଙ୍ଗଳବାର ବେଙ୍ଗାଲୁରୁ ବୈଠକରେ ୨୬ ବିରୋଧୀ ଦଳ ମେଣ୍ଟର ନାଁ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍‌ସ୍‌ ବା ଆଇଏନ୍‌ଡିଆଇଏ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ‘ଭାରତ’ ନାଁକୁ ପ୍ରଦର୍ଶନ କରିବା ଉଚିତ ବୋଲି ସେମାନେ ଚିନ୍ତା କରିଥିଲେ। ଏଥିସହ କେତେ ଜଣ ନେତାଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ‘ଜିତେଗା ଭାରତ’ ଟ୍ୟାଗ୍‌ଲାଇନ୍‌କୁ ମଧ୍ୟ ଗୃହୀତ କରାଯାଇଛି। ବୈଠକରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ବିରୋଧୀ ସାମ୍ମୁଖ୍ୟର ନାଁ ଘୋଷଣା କରି କହିଥିଲେ ୨୦୨୪ ନିର୍ବାଚନ ବିଜେପିର ଆଦର୍ଶବାଦ ଓ ଚିନ୍ତାଧାରା ବିରୋଧରେ ସଂଗ୍ରାମ ହେବ।

Leave a Reply

Your email address will not be published. Required fields are marked *

Back to top button