ରେଡ ବୁଲ୍‍ ନେମାର୍‍ ଜୁନିୟର୍‍ର ଫାଇଭ ଜାତୀୟ ଫାଇନାଲ ପାଇଁ ସ୍ପିଡ ଫୋର୍ସ ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର : ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଫାଇଭ-ଅନ୍‍-ଫାଇଭ ଫୁଟବଲ ଟୁର୍ଣ୍ଟାମେଣ୍ଟ ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ଭୁବନେଶ୍ୱର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଚଳିତ ସେପ୍ଟେମ୍ବର ମାସ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ କିଟ୍‍ ଠାରେ ଅନୁଷ୍ଠିତ ହୋଇଛି । ସହର ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତାରେ ୩୨ଟି ଦଳ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ । ଫାଇନାଲ ମ୍ୟାଚରେ ସ୍ପିଡ ଫୋର୍ସ ତ୍ରୁଟିଶୂନ୍ୟ ଭାବରେ ଖେଳି ମ୍ୟାଚକୁ ୧-୦ରେ ଜିତିବା ସହିତ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଜାତୀୟ ସ୍ତର ଫାଇନାଲରେ ପ୍ରତିନିଧିତ୍ୱ କରିବାକୁ ନିଜ ପାଇଁ ଏକ ସ୍ଥାନ ହାସଲ କରିଛି ।

ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ୨୦୨୧ ସହର ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ୨୦୨୧ ଅଗଷ୍ଟ ୨୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଚଳିତ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଭୁବନେଶ୍ୱର, ଇନ୍ଦୋର, ଅହମଦାବାଦ, ଜୟପୁର, ବାଙ୍ଗାଲୋର, ଲକ୍ଷେ୍ନା÷, ପୁନେ, କୋଲକାତା, ଚେନ୍ନଇ, ସିଲିଗୁଡି, ମୁମ୍ବଇ, ଦିଲ୍ଲୀ, ହାଇଦରାବାଦ, ଜଳନ୍ଧର, ଦିମାପୁର, କୋଚି, ଚଣ୍ଡିଗଡ ଏବଂ ଗୋଆ ଆଦି ୧୮ଟି ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେତା ଦଳଗୁଡିକ କାତାରଠାରେ ହେବାକୁ ଥିବା ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ୨୦୨୧ ବିଶ୍ୱ ଫାଇନାଲରେ ସ୍ଥାନ ପାଇବାକୁ ରେଡ ବୁଲ ନେମାର ଜୁନିୟରସ୍‍ ଫାଇଭ ଜାତୀୟ ଫାଇନାଲରେ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରତିଯୋଗିତା କରିବେ । ଏହା ସ୍ଥାନ ଓ ଅଂଶଗ୍ରହଣକାରୀଙ୍କ ଦୃଷ୍ଟିରୁ ପ୍ରତି ଦଳରେ ୫ ଜଣ ଖେଳାଳିଙ୍କୁ ନେଇ ଖେଳାଯାଉଥିବା ଦେଶର ସର୍ବବୃହତ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଛି ।

ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ବ୍ରାଜିଲୀୟ ତାରକାଙ୍କ ସ୍ୱାକ୍ଷର ବହନ କରୁଥିବା ପ୍ରତି ଦଳରେ ୫ ଜଣ ଖେଳାଳି ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଯାହା ବିଶ୍ୱର ସମସ୍ତ କୋଣ ଅନୁକୋଣରୁ ୧୬ରୁ ୩୫ ବର୍ଷ ବୟସର ଖେଳାଳିଙ୍କୁ ଫୁଟବଲ ଭଳି ସେମାନଙ୍କର ସମାନ ଆଗ୍ରହ ପାଳନ କରିବାକୁ ଏକତ୍ରିତ ହେବା ସୁଯୋଗ ଦେଉଛି । ଏହା ଏକ ଦ୍ରୁତ, କୌଶଳାତ୍ମକ ଏବଂ ମଜାଦାର ପ୍ରତିଯୋଗିତା ଯେଉଁଥିରେ ପ୍ରତ୍ୟେକ ୫ ଜଣ ଖେଳାଳି ଥିବା ଏବଂ ଗୋଲ୍‍କିପର ନଥିବା ଦୁଇଟି ଦଳ ୧୦ ମିନିଟ ଧରି କଡା ପ୍ରତିଯୋଗିତା କରିଥାନ୍ତି । ଏହି ଖେଳର ବିଶେଷତ୍ୱ ହେଉଛି, ଏଥିରେ ଗୋଟିଏ ଦଳ ଦ୍ୱାରା ସ୍କୋର କରାଯାଉଥିବା ପ୍ରତ୍ୟେକ ଗୋଲ ପାଇଁ ପ୍ରତିପକ୍ଷ ଦଳର ଜଣେ ଖେଳାଳିଙ୍କୁ ପଡିଆ ଛାଡିବାକୁ ପଡିଥାଏ । ଭୁବନେଶ୍ୱରରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସ୍ପିଡଫୋର୍ସ ବିଜୟୀ ହୋଇଥିଲା ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବା ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ଜାତୀୟ ଫାଇନାଲରେ ଭୁବନେଶ୍ୱରକୁ ପ୍ରତିନିଧିତ୍ୱ କରିବ ।

Leave a Reply

Your email address will not be published. Required fields are marked *

Back to top button