ଅକ୍ଟୋବର ୨୦ରେ ବସ୍‌ ଧର୍ମଘଟ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ମାଲିକମାନେ ଧର୍ମଘଟ ଡାକରା ଦେଇଛନ୍ତି। ଅକ୍ଟୋବର ୨୦ ତାରିଖରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

ଖବର ଅନୁଯାୟୀ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ। ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ। ଆମର ଇଚ୍ଛା ନଥିଲେ ମଧ୍ୟ ବନ୍ଦ ନିଷ୍ପତ୍ତି ନେଇଛୁ। ସରକାର କାଲିସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ। ବନ୍ଦ ନିଷ୍ପତ୍ତି ପାଇଁ ଆମେ ଲୋକଙ୍କୁ କ୍ଷମା ମାଗୁଛୁ। ପୂଜା ବେଳେ ଧର୍ମଘଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ପୂଜା ସହ ବନ୍ଦର କୌଣସି ସମ୍ପର୍କ ନାହିଁ। ନୂଆ ବସ ଦେବାକୁ ଆମକୁ କୁହାଗଲା। ଆମେ କେଉଁଠୁ ଟଙ୍କା ଆଣି ନୂଆ ବସ୍‌ ଯୋଗାଇବୁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button