ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ତୃତୀୟ

ନୂଆଦିଲ୍ଲୀ : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଜଣେ ଗ୍ରାଜୁଏଟ୍। ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଏଡିଆର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେହିପରି ସବୁଠାରୁ ଅଧିକ ପାଠ ପଢିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ତାଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି। ଏହି ରିପୋର୍ଟରେ ଦର୍ଶାଯାଇଛି ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି। ଜଗନମୋହନଙ୍କ ପାଖରେ ଅଛି ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ୧୬୩ କୋଟିରୁ ଅଧିକ ଟଙ୍କାର ସଂପତିର ହୋଇ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନୀ ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି। କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧ କୋଟି ଟଙ୍କାର ସମ୍ପତ୍ତି। କିନ୍ତୁ ସବୁଠାରୁ କମ୍ ସଂପତ୍ତି ତାଲିକାର ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ରହିଥିବା ରିପୋର୍ଟରେ କୁହାଯାଇଛି।

ଏହାବ୍ୟତୀତ ନାଗାଲଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରାୟଙ୍କ ସମ୍ପତ୍ତି ୪୬ କୋଟି ଥିବା ବେଳେ ପୁଡୁଚେରୀର ଏନ୍ ରାଙ୍ଗା ସ୍ୱାମୀ-୩୮ କୋଟି, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ-୨୩ କୋଟି, ଛତିଶଗଡ଼ର ଭୁପେଶ କୁମାର ବାଘେଲ୍‌-୨୩ କୋଟି, ଆସାମ୍‌- ହେମନ୍ତ ବିଶ୍ୱଶର୍ମା-୧୭ କୋଟି, ମେଘାଳୟର କର୍ଣ୍ଣଡ କଙ୍କଡ ସଙ୍ଗମ – ୧୪ କୋଟି, ତ୍ରିପୁରାର ମାଣିକ୍ ସାହା -୧୩ କୋଟି, ମହାରାଷ୍ଟ୍ରର ଏକ୍‌ନାଥ ସିନ୍ଧେ-୧୧କୋଟି, ଗୋଆର ଡ.ପ୍ରମୋଦ ସାୱାଦ୍ -୯କୋଟି, କର୍ଣ୍ଣାଟକର ବାସରାଜ ବାମଲ- ୪କୋଟି, ତାମିଲନାଡୁର ଏମ୍ କେ ଷ୍ଟାଲିନ୍‌-୮କୋଟି, ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌-୮କୋଟି, ଗୁଜୁରାଟର ଭୁପେନ୍ଦ୍ରଭାଲ ରାଜନାଥ ପଟେଲ୍‌-୮ କୋଟି, ହିମାଞ୍ଚଳ ପ୍ରଦେଶର ସୁକେନ୍ଦର ସିଂହ ୭କୋଟି, ମଧ୍ୟପ୍ରଦେଶର ଶିବରାଜ ସିଂହ ଚ୍ୱୌହାନ– ୭କୋଟି, ରାଜସ୍ଥାନର ଅଶୋକ ଗେହଲେଟ-୬କୋଟି ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁ୍‌କର ସିଂହ ଧାମିଙ୍କ ୪ କୋଟିର ସମ୍ପତ୍ତି ରହିଛି।

ଅନୁରୂପ ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତାମମ୍‌ଙ୍କ ସମ୍ପତ୍ତି ୩କୋଟି ଥିବା ବେଳେ ମିଜୋରାମ ମୁଖ୍ୟମନ୍ତ୍ରୀ ଜରାମ୍ ଥାଙ୍ଗାଙ୍କର- ୩କୋଟି, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ-୩ କୋଟି, ବିହାରର ନିତିଶ କୁମାର- ୩ କୋଟି, ପଞ୍ଜାବର ଭଗବତ୍ ମାନ୍-୧ କୋଟି, ଉତ୍ତରପ୍ରଦେଶର ଆଦିତ୍ୟ ନାଥ-୧ କୋଟି, ମଣିପୁରର ବିରେନ୍ ସିଂହ୍‌-୧କୋଟି, ହରିୟାଣାର ମନୋହର୍ ଲାଲ୍‌-୧ କୋଟି, କେରଳର ପିନାରାଇ ବିଜୟନ୍‌-୧କୋଟି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ୧୫ଲକ୍ଷ ଟଙ୍କା ଦର୍ଶଯାଇଛି।

Leave a Reply

Your email address will not be published. Required fields are marked *

Back to top button