ବିସ୍ଫୋରଣ ଘଟଣାରେ ବଳଙ୍ଗା ଏସ୍ଆ‌ଇ ନିଲମ୍ବିତ

କୋଣାର୍କ : ପୁରୀ ଜିଲ୍ଲା ବଳଙ୍ଗା ଥାନା ମାଲଖାନା ବିସ୍ଫୋରଣ ଘଟଣାରେ ଏସ୍ଆଇ ତଅପୋଇ ନାୟକ ନିଲମ୍ବିତ। କର୍ତ୍ତବ୍ୟର ଅବହେଳା ପାଇଁ ପୁରୀ ଏସ୍‌ପି କନୱର ବିଶାଲ ସିଂ ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇଥିଲା। ଜବତ ବିସ୍ଫୋରକ ଫୁଟିବାରୁ ଥାନାର ଛାତ ଉଡ଼ିଯିବା ସହିତ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ଏହି ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନଥିଲେ। କିନ୍ତୁ ମାଲଖାନାରେ ଦାୟିତ୍ୱରେ ଥିଲେ ଏସ୍ଆ‌ଇ ତଅପୋଇ ନାୟକ। ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସପି କନୱର ବିଶାଲ ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button