ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍‌ ବି ରାଧିକାଙ୍କୁ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି। ଏଥିସହ ସେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।

ସେହପରି ଆଇପିଏସ୍‌ ଶାଇନି ଏସ୍‌ଙ୍କୁ ସିଏଡବ୍ଲ୍ୟୁଆଣ୍ଡିସିଡବ୍ଲ୍ୟୁରେ ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ଆଶିଷ ସିଂଙ୍କୁ ଓପିଏଚ୍‌ଡବ୍ଲ୍ୟସିରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button