ପ୍ଲେ ଷ୍ଟୋରରୁ ହଟିବ ସେଲମୋନ୍ ଭାଇ ଗେମ୍

ମୁମ୍ବାଇ : ସେଲମୋନ ଭାଇ ନାମକ ଏକ ଭିଡିଓ ଗେମ୍ ବିରୋଧରେ ମୁମ୍ବାଇର ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ଯାହା ଅଭିନେତାଙ୍କ ୨୦୦୨ ହିଟ୍ ଆଣ୍ଡ ରନ୍ ମାମଲା ଉପରେ ଆଧାରିତ। ୨୦୧୫ରେ ବମ୍ବେ ହାଇକୋର୍ଟ ସଲମାନଙ୍କୁ ଦୋଷ ମୁକ୍ତ କରିଥିଲେ।
ସୋମବାର କୋର୍ଟ ପାରୋଡି ଅନ୍ଲାଇନ୍ ଗେମ୍ ବିରୋଧରେ ଅନ୍ତରୀଣ ଆଦେଶ ପ୍ରଦାନ କରିବା ସହିତ ଖେଳକୁ ପ୍ରବେଶ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଲମାନ ଗତ ମାସରେ ଗେମ ନିର୍ମାତାଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଗେମରେ ପ୍ରଦର୍ଶିତ ହୋଇଥିବା ନାମ ଓ ଫଟୋ ଗୁଡ଼ିକ ସେମାନଙ୍କ କାରିକ୍ୟୁଟର ସଂସ୍କରଣ ପରି ଦେଖାଯାଉଛି।
ସୂଚନା ଅନୁଯାୟୀ କୋର୍ଟ ଗେମର ନିର୍ମାତା ପାରୋଡି ଷ୍ଟୁଡିଓସ୍ ପିଭି ଲିମିଟେଡ୍ ଓ ଏହାର ନିର୍ଦ୍ଦେଶକଙ୍କୁ ଖେଳ କିମ୍ବା ସଲମାନଙ୍କ ସହିତ ଜଡିତ ଅନ୍ୟ କୌଣସି ବିଷୟବସ୍ତୁ ଲଞ୍ଚ, ପୁନଃ ଲଞ୍ଚ, ପ୍ରସାରଣ ଏବଂ ପୁନଃ ପ୍ରସାରଣ କରିବାକୁ ପ୍ରତିବନ୍ଧକ ଲଗାଇଛନ୍ତି। ଗୁଗୁଲ ପ୍ଲେ ଷ୍ଟୋର ଓ ଅନ୍ୟାନ୍ୟ ପ୍ଲାଟଫର୍ମରୁ ଗେମ୍କୁ ତୁରନ୍ତ ଟେକ୍ ଡାଉନ୍ / ବ୍ଲକ୍ / ଡିଜେବଲ୍ କରିବା ପାଇଁ କୋର୍ଟ କେବଳ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇନାହାଁନ୍ତି। ଆଉ କହିଛନ୍ତି ସଲମାନ କେବେବି ଗେମ୍କୁ ତାଙ୍କ ସମ୍ମତି ଦେଇ ନାହାଁନ୍ତି। ଗେମ୍ ଓ ଏହାର ଫଟୋକୁ ଦେଖିବା ମାତ୍ରେ ଏହା ପ୍ରଥମ ନଜରରେ ସଲମାନ ଖାନଙ୍କ ପରିଚୟ ଏବଂ ହିଟ୍-ରନ୍ ମାମଲା ସହିତ ମେଳ ଖାଉଛି ବୋଲି କୋର୍ଟ କହିଛନ୍ତି।