କଲେଜ୍‌ଦେଖୋ ୱିଂଟର କ୍ୟାପିଟାଲ୍‌, ଇଟିଏସ୍ ଓ ମ୍ୟାନ୍ କ୍ୟାପିଟାଲ ମାଧ୍ୟମରେ ୨୬.୫ ମିଲିୟନ ୟୁଏସ ଡଲାରର ସିରିଜ ଫଣ୍ଡିଂ ସଂଗ୍ରହ

ଗୁରୁଗ୍ରାମ : କଲେଜଦେଖୋ, ଭାରତର ସର୍ବବୃହତ୍ କଲେଜ୍ ଆଡମିସନ ଓ ଶିକ୍ଷା ସେବା ପ୍ଲାଟଫର୍ମ ୨୬.୫ ମିଲିୟନ ୟୁଏସ୍ ଡଲାର (ପ୍ରାୟ ଆଇଏନଆର ୨୦୦ କୋଟି) କୁ ସିରିଜ ବି ଫଣ୍ଡିଂ ମାଧ୍ୟମରେ ୱିଂଟର କ୍ୟାପିଟାଲ ପାର୍ଟନର, ଇଟିଏସ୍ ଷ୍ଟ୍ରାଟେଜିକ୍ କ୍ୟାପିଟାଲ୍ – ଯାହାକି ଇଟିଏସ ର ପ୍ରାଇଭେଟ୍ ଇକ୍ୟୁଟି ଫାର୍ମ (ଟୋଫେଲପ୍ପ ଓ ଜିଆରଇପ୍ପ ଟେଷ୍ଟର କ୍ରିଏଟର) କଲେଗା ଓ ପୁରୁଣା ନିବେଶକ ମ୍ୟାନ କ୍ୟାପିଟାଲ ଓ ରାଜୀବ ଚାବା ଜରିଆରେ ସଂଗ୍ରହ କରିଛି ଓ ଏହା ଚାଲୁ ରହିଛି (ଓ ଓଭରସବସ୍କ୍ରାଇବ୍ ହୋଇଛି) । କମ୍ପାନୀ ୨୦୧୯ ରେ ୮ ମିଲିୟନ ୟୁଏସ୍ ଡଲାର ସଂଗ୍ରହ କରିଥିଲା । ଏହି ପାଣ୍ଠି ସଂଗ୍ରହ ରାଉଣ୍ଡ ସହିତ, କମ୍ପାନୀ ପୁନଶ୍ଚ ଏହାର ଛାତ୍ର ଓ କଲେଜର ଅଫରିଂରେ ଉନ୍ନତି ଆଣିଛି, ଉତ୍ପାଦ ଓ ବୈଷୟିକିରେ ଏହାର ନିବେଶକୁ ବୃଦ୍ଧି କରିଛି, ଆନ୍ତର୍ଜାତିକ ଭାବରେ ସଂପ୍ରସାରଣ କରିଛି ଓ ନୂତନ ଭର୍ଟିକାଲ୍ ଯଥା ଏଡ-ଫିନ-ଟେକ୍ ଓ ଛାତ୍ରମାନଙ୍କର ଆକୋମୋଡେସନକୁ ସଂପ୍ରସାରିତ କରିଛି ।

ଉଚ୍ଚ ଶିକ୍ଷା ପରାମର୍ଶକୁ ସଂସ୍ଥାଗତ କରିବା ପାଇଁ, କଲେଜଦେଖୋର ଏଡ-ଟେକ୍ ପ୍ଲାଟଫର୍ମ ସମ୍ଭାବ୍ୟ ଛାତ୍ର ଓ କଲେଜଗୁଡ଼ିକୁ ପ୍ରୋପ୍ରାଇଟରି ବୈଷୟିକି ଓ ଏହାର ଏଆଇ ଭିିତିକ ଆଲୋଚନା ବଟକୁ ସଂଯୋଗ କରିବାରେ ସହାୟତା କରୁଛି । କଲେଜ ଦେଖୋ ଭାରତର ସର୍ବବୃହତ୍ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍‌) ପ୍ଲାଟଫର୍ମକୁ ରଖିଛି ଯଦ୍ୱାରା ଛାତ୍ରମାନେ ଗୋଟିଏ ମାତ୍ର କ୍ଲିକ କରି ଅନେକ ଗୁଡ଼ିଏ କଲେଜରେ ଆବେଦନ କରିପାରିବେ । ବିଦେଶରେ ପାଠ ପଢ଼ିବା ପାଇଁ ଆଗ୍ରହୀ ଛାତ୍ରମାନେ, କଲେଜ ଦେଖୋ ପ୍ରୋଫାଇଲ୍ ବିଲ୍ଡିଂ, ଟେଷ୍ଟ ପ୍ରସ୍ତୁତି, ଆବେଦନ ସହାୟତା, ୟୁନିଭର୍ସିଟି ଚୟନ ଓ ଭିସା ସହାୟତା ପରି ବ୍ୟାପକଶ୍ରେଣୀୟ ସେବା ପ୍ରଦାନ କରୁଛି । କଲେଜଦେଖୋ ନିକଟରେ ନୂତନ ୦% ଇଏମଆଇ ଭିତିକ ଶିକ୍ଷା ସହାୟତା ଓ ଇଏମଆଇ ଭିତିକ ଶିକ୍ଷା ଫାଇନାନ୍ସିଂ ଓ ବୀମା ଉତ୍ପାଦ ପ୍ରଦାନ କରୁଛି ଯଦ୍ୱାରା ଅଧିକରୁ ଅଧିକ ଛାତ୍ରମାନେ ସେମାନଙ୍କର ପସନ୍ଦର ଶିକ୍ଷା ସୁବିଧା ପାଇପାରିବେ । ଏହି ପ୍ଲାଟଫର୍ମ ମାଧ୍ୟମରେ କଲେଜ ସେମାନଙ୍କର ନାମଲେଖାକୁ ଅଧିକ ଦକ୍ଷ କରପାରିଛନ୍ତି ।

ପ୍ରତିଷ୍ଠାତା ଓ ସିଇଓ ରୁଚିର ଆରୋରା – କଲେଜଦେଖୋ କହିଛନ୍ତି କଲେଜଦେଖୋ ଏହାର ବିକାଶର ଏକ ଉନ୍ନତ ପର୍ଯ୍ୟାୟରେ ରହିଛି ଓ ଏହା ସାରା ବିଶ୍ୱର ଛାତ୍ର ଓ କଲେଜମାନଙ୍କୁ ଏକତ୍ରିତ କରୁଛି । ଆମେ ୱିଂଟର କ୍ୟାପିଟାଲ, ଇଟିଏସ ଓ କଲେଗା କୁ କଲେଜଦେଖୋ ପରିବାରକୁ ସ୍ୱାଗତ କରୁଛୁ ଓ ମ୍ୟାନ କ୍ୟାପିଟାଲ୍ ଓ ରାଜୀବ ଚାବା ଏହାର ନିରନ୍ତର ସହଯୋଗ ପ୍ରଦାନ ଜାରି ରଖିଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ତଙ୍କର ସାରା ବିଶ୍ୱରେ ଉପସ୍ଥିତି ଓ ଏଡ-ଟେକରେ ଦିଗଦର୍ଶନ ଆମର ବିକାଶର ଧାରାକୁ ତ୍ୱରାନ୍ୱିତ କରିବ। ଆମେ ଆମର ଛାତ୍ର, ଅଭିଭାବକ ଓ କଲେଜମାନଙ୍କ ଠାରୁ ଅତ୍ୟନ୍ତ ସକାରାତ୍ମକ ପ୍ରତିକ୍ରିୟା ଲାଭ କରୁଛି ସେମାନଙ୍କ ପାଇଁ ବିଶ୍ୱଶ୍ରେଣୀୟ ଉତ୍ପାଦ ଓ ସେବା ପ୍ରଦାନ କରିବା ଜାରି ରଖିଛି। ଏହା କଲେଜଦେଖୋ ପରିବାରର ଉତ୍ସାହ ଓ ପ୍ରତିଶ୍ରୁତିବଦ୍ଧତାକୁ ବୃଦ୍ଧି କରିବ। ପାଣ୍ଠି ଯୋଗାଡ଼ ସହିତ, ଆମେ ଆମର ଉତ୍ପାଦ ଓ ସେବାକୁ ଛାତ୍ର ଓ କଲେଜ ପାଇଁ ଆହୁରି ଅଧିକ ଉପଯୋଗୀ କରିପାରିଛୁ । ଏହା ସହିତ ଆମେ ନୂତନ ସ୍ଥାନ ଓ ବ୍ୟାବସାୟିକ ଭର୍ଟିକାଲକୁ ସଂପ୍ରସାରିତ କରୁଛୁ।

Leave a Reply

Your email address will not be published. Required fields are marked *

Back to top button